Posted inଜାତୀୟ

ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବିଦାୟ ଦେବାକୁ ଯାଉଛନ୍ତି। ହରିୟାଣାର ଏକଜିଟ ପୋଲ ମଧ୍ୟ ସମାନ କଥା ପ୍ରମାଣ କରୁଛି । ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ନରେନ୍ଦ୍ର ମୋଦି ଚିନ୍ତିତ ନୁହଁନ୍ତି ବରଂ ଅରବିନ୍ଦ କେଜରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଚିନ୍ତିତ ଅଛନ୍ତି।
ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦୀଙ୍କ ଆର୍ଥିକ ସହାୟତା ବନ୍ଦ କରିବାକୁ ପିଏମଏଲଏ ଆଇନ ପ୍ରସ୍ତୁତ କରାଯାଇଛି କିନ୍ତୁ ଏହାକୁ ରାଜନୈତିକ ସ୍ତରରେ ଅପବ୍ୟବହାର କରାଯାଇଛି। ଯାହା ପରେ କୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ, ଯେଉଁଥିପାଇଁ ପିଏମଏଲଏର ବିଭାଗ ଦୁର୍ବଳ ହୋଇଯାଇଛି। ଅପବ୍ୟବହାର ହେତୁ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କ୍ଷମତା ହ୍ରାସ ପାଉଛି, କିନ୍ତୁ ନରେନ୍ଦ୍ର ମୋଦି ଆଦୌ ଚିନ୍ତିତ ନୁହଁନ୍ତି। ସେ ନିଜକୁ ଭଗବାନଙ୍କଠାରୁ ମଧ୍ୟ ଅଧିକ ଭାବନ୍ତି।
ସେ କହିଛନ୍ତି ଯେ ସୋମବାର ସଞ୍ଜୀବ ଆରୋରା ଙ୍କ ଘରେ ହୋଇଥିବା ଚଢାଉ ହରିୟାଣାର ଏକଜିଟ ପୋଲ ଯୋଗୁଁ ହୋଇଛି। ହରିୟାଣାର ଲୋକମାନେ ତାଙ୍କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ନରେନ୍ଦ୍ର ମୋଦି ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ଚିନ୍ତିତ ନୁହଁନ୍ତି। ଆଜି ଦେଶର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ୭୫ବର୍ଷ ଏବଂ ତାଙ୍କ ବିଦାୟ ପାଇଁ ଅପେକ୍ଷା କରିଛନ୍ତି।
ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟି, ଅରବିନ୍ଦ କେଜରିୱାଲ ଜୀ ଏବଂ ଆମର ନେତାମାନଙ୍କୁ ହଟାଇବା ଉଦ୍ଦେଶ୍ୟରେ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ଶୁଆ-ସାରୀ ଇଡି ରାଜ୍ୟ ସଭା ଏମପି ସଞ୍ଜୀବ ଆରୋରାଙ୍କ ଘରେ ଚଢାଉ କରିଛନ୍ତି। କୌଣସି ଦୁର୍ନୀତି ହେତୁ ନୁହେଁ ବରଂ ସଞ୍ଜୀବ ଜୀ ଆମ ଆଦମୀ ପାର୍ଟିର ସଦସ୍ୟ ଥିବାରୁ ଏହି ଚଢାଉ କରାଯାଇଥିଲା। ଯଦି ନିର୍ବାଚନରେ ନରେନ୍ଦ୍ର ମୋଦି ଅରବିନ୍ଦ କେଜରିୱାଲ ଜୀ ଏବଂ ଆମ ଆଦମୀ ପାର୍ଟିକୁ ପରାସ୍ତ କରିବାରେ ସକ୍ଷମ ନୁହଁନ୍ତି, ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ...

‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ: ଅର୍ଡର ଡେଲିଭରୀ ପରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୭।୧୦: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍‌ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।...

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ...

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା।...

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।...

ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri