ଭାଜପା ସମର୍ଥକଙ୍କୁ ହତ୍ୟା: ଟାୟାର ଜାଳି ରାସ୍ତାରୋକୋ କଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ହୋଇ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିଲେ। ଭାଜପା ସମର୍ଥକ ଦିଲ୍ଲୀପ ପାହାନ(୩୪) ଏବଂ ତାଙ୍କ ସାନ ଭାଇ ଜିତେନ୍ଦ୍ର (୩୦)ଉଭୟ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ବୁଧବାର ବିଳମ୍ବିତ ରାତ୍ରରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିଲା ଗୁରୁବାର ସକାଳୁ ଶହଶହ ଭାଜପା ସମର୍ଥକ ଖଲ୍ଲିକୋଟ ଥାନା ଘେରାଉ କରିବା ସହ ରାସ୍ତାରୋକୋ କରିଛନ୍ତି। ଥାନାରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ଅଛନ୍ତି। ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଥାନା ଆଗରେ ଧାରଣା ଜାରି ରହିଛି।

Share