Categories: ଫୁରସତ

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି ମାସରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ବିଶେଷ ଗୁଣ ସମ୍ପର୍କରେ…
ଭଲ ଜୀବନସାଥୀ ହୋଇପାରନ୍ତି: ଏହିମାସରେ ଜନ୍ମିତ ବ୍ୟକ୍ତିମାନେ ନିଜ ସାଥୀମାନଙ୍କୁ କେବେ ଧୋକା ଦେଇ ନ ଥାଆନ୍ତି। କଠିନରୁ କଠିନ ପରିସ୍ଥିତିରେ ସେମାନେ ତାଙ୍କ ସାଥୀ ସହିତ ସର୍ବଦା ରହିଥାଆନ୍ତି।
କାହାକୁ ଭୟ କରି ନ ଥାଆନ୍ତି: ଏମାନେ କାହାକୁ ଡରି ନ ଥାଆନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇଥାଆନ୍ତି। ଏମାନେ କାହାକୁ ଭୟ କରି ପଛକୁ ଫେରନ୍ତି ନାହିଁ।
ପ୍ରତିଭାବାନ୍‌: ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତି ପ୍ରତିଭାବାନ୍‌ ହୋଇଥାନ୍ତି।
ସକାରାତ୍ମକ ଚିନ୍ତାଧାରା: ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କର ଚିନ୍ତାଧାରା ସାଧାରଣତଃ ସକାରାତ୍ମକ ହୋଇଥାଏ। କଷ୍ଟ ସମୟରେ ଏମାନେ ବିଚଳିତ ହୋଇ ନ ଥାନ୍ତି। କାହା ମଧ୍ୟରେ ଭେଦଭାବ ମଧ୍ୟ କରି ନ ଥାଆନ୍ତି। କେବେ କୌଣସି କଥାରେ ହାର ନ ମାନି ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି।
ଭାବିଚିନ୍ତି ସିଦ୍ଧାନ୍ତ ନିଅନ୍ତି: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ତରବର ହୋଇ ନ ଥାଆନ୍ତି। ଅନେକଥର ଚିନ୍ତା କରିବା ପରେ ଶେଷ ନିଷ୍ପତ୍ତି ନେଇ ଥାଆନ୍ତି।
ଶାନ୍ତି ପ୍ରିୟ: ଏହି ମାସରେ ଜନ୍ମିତ ବ୍ୟକ୍ତିମାନେ ଅଧିକ ଲୋକଙ୍କ ସହ ରହିବାକୁ ସେଭଳି ପସନ୍ଦ କରି ନ ଥାଆନ୍ତି। ନିଜ ଦୁନିଆରେ ସେମାନେ ଶାନ୍ତିରେ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏଥିସହ ସବୁ ପରିସ୍ଥିତିରେ ନିଜକୁ ରକ୍ଷା କରିବା ଲାଗିି ଚେଷ୍ଟା କରିଥାଆନ୍ତି।

Share