Categories: ଫୁରସତ

ରୋମ୍‌ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭାଇରାଲ ହେଉଛି ଭିଡିଓ…

ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ପଲ୍ଲବୀ ରାଜ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। କାରଣ ସେ ଏକ ଶାଢ଼ି ପିନ୍ଧି ଦେଶୀ ଅବତାରରେ ନଜର ଆସିଛନ୍ତି।

ପଲ୍ଲବୀ ତାଙ୍କ ବିବାହ ବାର୍ଷିକୀରେ ଏକ ଗୋଲାପୀ ଏବଂ ଗୋଲ୍‌ଡେନ୍‌ କଲରର ଶାଢ଼ି ପିନ୍ଧି ରୋମ୍‌ ରାସ୍ତାରେ ଯାଇଥିଲେ। ଏହି ସମୟରେ ସେଠାକାର ଲୋକେ ତାଙ୍କୁ ବୁଲି ଚାହିଁବା ସହ କରିତାଳି ମାରିଥିଲେ। ସେ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓଟି ଶେୟାର କରିଛନ୍ତି। ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି।

କିଛି ୟୁଜର ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କିଛି ୟୁଜର ଥଟ୍ଟା ପରିହାସ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଶାଢ଼ିରେ ତୁମେ ବହୁତ ସୁନ୍ଦର ଦେଖାଯାଉଛ। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମର ଲୁକ୍‌ ପୂରା କରୀନାଙ୍କ ପରି। ସେହିପରି ଅନ୍ୟଜଣେ ଲେଖିଛନ୍ତି, ଭାରତୀୟ ଯୋଗୁ ଆମେ ଗର୍ବିତ।

Share