ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ,୧୯।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଆଡ଼ଭାଇଜରୀ ପ୍ରକାଶ ପାଇଛି। ଏଭଳି ଲୋକଙ୍କଠାରୁ ୬ ଫୁଟ ଦୂରତା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିଲ୍ଲୀରୁ ଚଣ୍ଡିଗଡ଼ ଫେରିଥିବା ଲୋକଙ୍କୁ ଘରେ ମଧ୍ୟ ମାସ୍କ୍‌ ପିନ୍ଧିବାକୁ କୁହାଯାଇଛି। କରୋନା ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ୍‌-୧୯ କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Share