ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍‌, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ ସେଭଳି ଏକ ଲାଲ ପୋଷାକକୁ ନେଇ ଖବର ଶିରୋନାମାରେ ସେ।

ଅଭିନେତ୍ରୀଙ୍କ ନୂତନ ଇନଷ୍ଟାଗ୍ରାମ ପୋଷ୍ଟରେ ଲାଲ ରଙ୍ଗର ଜାଲିଦାର ପୋଷାକ ଦେଖିବାକୁ ମିଳିଛି। ସେ ଟପ୍‌ ଏବଂ ବଟମ୍‌ ସହ ହାତରେ ଗ୍ଲୋବ୍ସ ମଧ୍ୟ ପିନ୍ଧିଛନ୍ତି। କେବଳ ଏତିକି ନୁହେଁ ସେ ମୁହଁକୁ ମୁଖା ଦ୍ୱାରା ଘୋଡାଇଛନ୍ତି। ତାଙ୍କର ଏହି ଲୁକ୍‌ଟି ବେଶ ଭାଇରାଲ ହେଉଛି।

ଉର୍ଫିଙ୍କ ଲାଲ ରଙ୍ଗର ମୁଖାକୁ ଦେଖି ଅନେକ ତାଙ୍କୁ ରାଜ କୁନ୍ଦ୍ରାଙ୍କ ଭଉଣୀ ବୋଲି କହୁଛନ୍ତି। ଏପରିକି କ’ଣ ଏଭଳି କଲେ ଯେ ତାଙ୍କୁ ମୁହଁ ଲୁଚାଇବାକୁ ପଡ଼ୁଛି ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।

Share