ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…

ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦକ୍ଷିଣ ପଶ୍ଚିମ ଚେଙ୍ଗଡୁ ସହରର ଏକ ପ୍ରମୁଖ ହସ୍ପିଟାଲ ହୁଆକ୍ସିର କର୍ମଚାରୀମାନେ କହିଛନ୍ତି ଯେ ସେମାନେ କରୋନାଭାଇରସ ଆକ୍ରାନ୍ତଙ୍କ ଚିକିତ୍ସାରେ ଦିନରାତି ବ୍ୟସ୍ତ ଅଛନ୍ତି। ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର କର୍ମଚାରୀଙ୍କୁ ବ୍ୟତିବ୍ୟସ୍ତ କରୁଥିବା ମିଡ଼ିଆ ରିପୋର୍ଟରେ କୁହାଯାଇଛି।

ବିଭିନ୍ନ ହସ୍ପିଟାଲର ଜରୁରୀକାଳୀନ ବିଭାଗ ଏବଂ ଜ୍ୱର କ୍ଲିନିକ ବାହାରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଆମ୍ବୁଲାନ୍ସରେ ପହଞ୍ଚିଥିବା ଅଧିକାଂଶ ଲୋକଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ଅମ୍ଳଜାନ ଦିଆଯାଇଛି। ଚେଙ୍ଗଡୁର ସର୍ବବୃହତ ଡୋଙ୍ଗଜିୟାଓ ଶ୍ମଶାନ ଚାରିପାଖରେ କାର ପାର୍କିଂ ବଢ଼ିବା ସହିତ ଭିଡ଼ ଜମିବାରେ ଲାଗିଛି। ଜଣେ ମୃତ ଦେହ ଦାହକାରୀ କହିଛନ୍ତି, ଆମକୁ ବର୍ତ୍ତମାନ ଦିନକୁ ୨୦୦ରୁ ଅଧିକ ଶବ ଦାହ କରିବାକୁ ପଡୁଛି। ଆମେ ଏତେ ବ୍ୟସ୍ତ ଯେ ଆମ ପାଖରେ ଖାଇବାକୁ ମଧ୍ୟ ସମୟ ନାହିଁ। ପୂର୍ବରୁ ଏହା ଦିନକୁ ପ୍ରାୟ ୩୦-୫୦ ଥିଲା।

Share