Categories: ଫୁରସତ

ଅନ୍ତିମ ସଂସ୍କାରରେ ଡିଜେ ବଜାଇ ନାଚିଲେ

ଖୁସିର ସମୟରେ ଲୋକମାନେ ନାଚିଥାନ୍ତି, ପାର୍ଟି କରିଥାନ୍ତି। ହେଲେ ଆପଣ କେବେ କେହି ମରିଗଲେ ଉତ୍ସବ ପାଳନ କରିବା ଦେଖିଛନ୍ତି କି? ହୁଏତ ନା। ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହେବେ। କାରଣ ଏଥିରେ ଲୋକେ ଏକ ଶ୍ମଶାନରେ ଡିଜେ ବଜାଇ ନାଚୁଥିବା ଦେଖାଯାଇଛି।

କୁହାଯାଉଛି ଯେ ଭାଇରାଲ ହେଉଥିବା ଭିଡିଓଟି ଇଂଲଣ୍ଡର ବର୍ମିଂହୋମସ୍ଥିତ ଓ୍ବିଟନ୍‌ ଶ୍ମଶାନର। ଏଠାରେ କ୍ୟାଟି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ଲାଗି ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ। ମହିଳାଙ୍କ ମୃତଦେହକୁ ଏକ କଫିନରେ ଅଣାଯାଇଥିଲା। ଏହାପରେ ଆୟୋଜିତ ଶାନ୍ତି ସଭାରେ ଲୋକମାନେ ଏପରି ହଙ୍ଗାମା କରିଥିଲେ ଯେ ସେଠାରେ ଉପସ୍ଥିତ ଅନେକ ଚକିତ ହୋଇଯାଇଥିଲେ। ଲୋକମାନେ ଶୋକବ୍ୟକ୍ତ କରିବା ପରିବର୍ତ୍ତେ ପାର୍ଟି କରିଥିଲେ। ଡିଜେ ବଜାଇ ଜୋରରେ ନାଚିବା ଆରମ୍ଭ କରିଦେଇଥିଲେ। ସେମାନଙ୍କର ଏଭଳି ଦୁଃଖରେ ଖୁସି ହେବାର ଭିଡିଓକୁ ଅନେକ ନିଜର ମୋବାଇଲରେ କଏଦ କରିଥିଲେ। ଏବେ ତାହା ଭାଇରାଲ ହେଉଛି।

Share