Advertisement

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କଲେ ଲୋକେ: ଥାନାରେ ଅଭିଯୋଗ

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଉପନିର୍ଦ୍ଦେଶକ, ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ରକୁ ବିକୃତ କରାଯାଇଥିବା ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ଟାଉନଥାନାରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ରାଧାକାନ୍ତ ମହାନ୍ତ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲାକାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୁତ୍ରଧର ଉପନିର୍ଦେଶକ, ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ସେଠାରେ ଚାଷୀମାନଙ୍କ ପାଇଁ ଆଳୁଚାଷ ପାଇଁ ଆସିଥିବା ବିହନ ପଚିସଢି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାଦ୍ୱାରା ସରକାରଙ୍କର ବହୁମୂଲ୍ୟ ବିହନ ଜାଣିଶୁଣି ନଷ୍ଟ କରାଯାଉଥିବା ଯୋଗୁ ଆଳୁ ବିହନର କୃତ୍ରିମ ଅଭାବ ଦେଖାଦେଉଥିବା ଅଭିଯୋଗ ହୋଇଛି। ଏହାଛଡା ଉପନିର୍ଦେଶକ ଉଦ୍ୟାନ କୃଷିବିଭାଗ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋଚିତ୍ରକୁ ନିଶଦାଢି କରି ବିକୃତ କରି ପ୍ରଦର୍ଶନ କରିଛନ୍ତି। ଏହା ସରକାରଙ୍କ ସମସ୍ତ ମାର୍ଗଦର୍ଶିକା ଏବଂ ନିୟମକୁ ଉଲଘଂନ କରୁଛି। ତେବେ ଏହାର ଫଟୋଚିତ୍ର ଭିଡିଓ ଟାଉନ ଥାନା ଅଧିକାରୀଙ୍କୁ ପଠାଇବା ସହିତ ସଙ୍ଗୀନ ଘଟଣା ଘଟାଇଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share