ଇରାକରେ ସଡ଼କ ଦୁର୍ଘଟଣା, ୧୬ ମୃତ

ବାଗଦାଦ,୨।୯: ଇରାକରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ଇରାନୀୟ ଥିଲେ। ଏହି ଦୁର୍ଘଟଣାରେ ୧୭ ଜଣ ମଧ୍ୟ ଆହତ ହୋଇଛନ୍ତି। ଇରାକର ଉତ୍ତର ଭାଗର ଦୁଇ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share