ରାମଗିରିକୁ ବ୍ଲକ କରିବାକୁ ଦାବି କଲେ ୧୧ ପଞ୍ଚାୟତର ଲୋକେ

ପାରଳାଖେମୁଣ୍ଡି,୩ା୩(ଗିରିଧାରୀ ପରିଛା): ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ରା ଉଦୟଗିରି ବ୍ଲକର ରାମଗିରି, ସୁବଲଡା୍‌, ମଙ୍ଗରାଜପୁର, ଅନଘା, ତବାରସିଂ, ପରିସଲ, ରଣ୍ଡିବା, ସିଆଳିଲଟି , ପୁରୁଣା ପାଣି ପଞ୍ଚାୟତ ଏବଂ ନୁଆଗଡ ବ୍ଲକର ଟାଙ୍ଗିଲି ଓ ବେତାର ସିଂ ପଞ୍ଚାୟତକୁ ନେଇ ରାମଗିରି ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସେମାନେ ପୂର୍ବରୁ ଏନେଇ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ସୋମବାର ପୁଣି ଥରେ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି ବୋଲି କହିଛନ୍ତି କମିଟି ସଭାପତି ତାରିଣୀ ଚରଣ ଗୌଡ, ନୂଆଗଡ଼ ବ୍ଲକ ଅଧ୍ୟକ୍ଷା ମାଳତି ପ୍ରଧାନ, ରମାଗିରି ସରପଞ୍ଚ ସସ୍ମିତା କାର୍ଜି, ସୁବଲଡା ସରପଞ୍ଚ ।

ଏହିସବୁ ପଞ୍ଚାୟତର ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସମ୍ମତି ପାଇଁ ପ୍ରତି ପଞ୍ଚାୟତରେ ଗତ ଫେବୃଆରୀରେ ପଲ୍ଲିସଭା ଓ ଗ୍ରାମସଭା କରାଯାଇ ମତ ସଂଗ୍ରହ କରାଯାଇଛି। ଉପରୋକ୍ତ ଅଞ୍ଚଳଗୁଡିକରେ ଏଯାଏ ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ଗମନାଗମନର ସୁବିଧା ନ ଥିବାରୁ ବେଳେ ସ୍ବାସ୍ଥ୍ୟ ସେବା, ଶିକ୍ଷା କ୍ଷେତ୍ରରେ ବହୁ ପଛରେ ପଡ଼ିରହିଛି ଅଞ୍ଚଳ।

ଉଭୟ ବ୍ଲକ ସଦର ମହକୁମାରୁ ଏହି ସବୁ ପଞ୍ଚାୟତ ୮/୧୦ କି.ମି. ଦୂରରେ ରହିଛି। ଫଳରେ ବ୍ଲକ କାର୍ଯ୍ୟାଳୟକୁ ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ । ଏସବୁ ଦୃଷ୍ଟିରୁ ବ୍ଲକ ଗଠନର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ରାମିଗିର ବ୍ଲକ ହେଲେ ବ୍ଲକବାସୀ ସୁବିଧା ଓ ସହଜରେ ସବୁ କ୍ଷେତ୍ରରେ ଉପକୃତ ହେବେ। ଏସବୁ ବିଚାରକୁ ନେଇ ବ୍ଲକ ଗଠନ ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଏହି ସମ୍ପର୍କରେ ଜିଲାପାଳ ବିଜୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ବ୍ଲକ ପୁନର୍ଗଠନ ନେଇ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ। ଯଦି ଆସେ ତେବେ ବିଚାରକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image