ମାଗଣାରେ ଲୋକଙ୍କୁ ମାସେ ଯାଏଁ ମିଳିବ ଭିଟାମିନ୍‌-ସି’ଯୁକ୍ତ ଫଳ

ଅଗରତାଲା, ୧।୭: ତ୍ରିପୁରାରେ ଲୋକଙ୍କୁ ମାଗଣାରେ ଭିଟାମିନ୍‌-ସି’ଯୁକ୍ତ ଫଳ ମାସେ ଯାଏଁ ଯୋଗାଇ ଦିଆଯିବ। ଏହାଦ୍ୱାରା କରୋନା ଲଢ଼େଇରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ଆଇନ ଏବଂ ଶିକ୍ଷା ମନ୍ତ୍ରୀ ରତନ ଲାଲ୍‌ ନାଥ କହିଛନ୍ତି। ଭିଟାମିନ୍‌-ସି’ଯୁକ୍ତ ଫଳ ସିଧାସଳଖ ଚାଷୀଙ୍କଠାରୁ କିଣା ଯିବ। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇ ପାରିବ ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯୩ ରହିଛି। ସେଥିମଧ୍ୟରେ ୩୦୭ ଜଣ ଚିକିତ୍ସିତ ଏବେ ହେଉଛନ୍ତି। ଅନ୍ୟମାନେ ସୁସ୍ଥ ହେବା ପରେ ଘରକୁ ଫେରିଯାଇଛନ୍ତି।

Share