ଯେତେବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଏ, ପ୍ରତ୍ୟେକ ମିିନିଟ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜରୁରିକାଳୀନ ପରିସ୍ଥିତିରେ ଟ୍ରାଫିକ୍ ସର୍ବଦା ଅନୁକୂଳ ହୋଇ ନ ଥାଏ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିବାରେ ଲୋକମାନେ ଏମିତି କିଛି କରି ଦେଖାଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରାସ୍ତାରେ ଅନେକଗୁଡିଏ ଆମ୍ବୁଲାନ୍ସ ଯାଉଥିବାର ଦେଖିବା ପରେ ଲୋକମାନେ ପୁରା ରାସ୍ତାକୁ ଖାଲି କରିଦେଲେ। ଯାହାଫଳରେ ଉକ୍ତ ଆମ୍ବୁଲାନ୍ସଗୁଡିକ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିପାରିବ ଏବଂ ରୋଗୀ ଅସୁବିଧାର ସମ୍ମୁଖୀନ ହେବ ନାହିଁ। ଏହି ଘଟଣା କ୍ୟାମେରାରେ କଏଦ ହୋଇଛି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାସ୍ତାରେ ଲୋକମାନେ ନିଜ ଗାଡିରୁ ଓହ୍ଲାଇ ଯାଉଛନ୍ତି ଏବଂ ଆମ୍ବୁଲାନ୍ସ ଯିବା ପାଇଁ ପୁରା ରାସ୍ତାକୁ ଖାଲି କରୁଛନ୍ତି।