ଖବରର ହେଡିଙ୍ଗ୍ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ଭାବୁଥିବେ ମାସକରେ କିପରି ଜଣେ ଶିଶୁ ଜନ୍ମ ହୋଇପାରିବ। ମାତ୍ର କାନାଡ଼ାର ଜଣେ ମହିଳା ଏହାକୁ ସଫଳ କରୁଛନ୍ତି। ପ୍ରକୃତ କଥା ହେଲା, କାନାଡ଼ାର ୪୯ ବର୍ଷୀୟା ସୁମନ୍ ଗିବ୍ସ ୨୦୧୦ ମସିହାରୁ ନିଜ ହାତରେ ଡଲ୍ସ ତିଆରି କରିଆସୁଛନ୍ତି। ଏହି ଡଲ୍ସକୁ ଦେଖିଲେ ଯେକେହିବି ଚକିତ ହୋଇଯିବେ। ଏହା ଦେଖିବାକୁ ଅବିକଳ ମଣିଷ ପିଲାଙ୍କ ପରି। ଏହି ସିଲିକନ୍ ବେବି ଡଲ୍ସକୁ ରିବର୍ନ ନାମ ଦିଆଯାଇଛି। ହାଠାତ୍ ଏହାକୁ ଦେଖିବା ପରେ ଯେ କେହି ବି ଦ୍ୱନ୍ଦ୍ୱରେ ପଡିଯିବ। ଏହି ଡଲ୍ସ ତିଆରି କରି ସୁମନ୍ ଅନ୍ଲାଇନ୍ରେ ବିକ୍ରି କରିଥାନ୍ତି।
ସୁମନ ଅନ୍ଲାଇନ୍ରେ ପ୍ରଥମ ଥର ପାଇଁ ଏହି ଡଲ୍ସକୁ ଦେଖିଥିଲେ। କିଛିଟା ଡଲ୍ସ ସେ କିଣିଥିଲେ ମଧ୍ୟ। ମାତ୍ର ଏହାର ଦାମ୍ ବହୁତ ଅଧିକ। ତେଣୁ ସୁମନ ନିଜେ ଏହିପରି ଡଲ୍ସ ତିଆରି କରିବାକୁ ଚିନ୍ତା କଲେ। ସେ ଏହାକୁ ତିଆରି କଲାପରେ ଲୋକେ ବହୁତ ପ୍ରଶଂସା କରିବାକୁ ଲାଗିଲେ। ପରେ ସେ ମାସକରେ ଗୋଟିଏ ଡଲ୍ସ ତିଆରି କରି ଅନ୍ଲାଇନ୍ ବିକ୍ରି କରିଥାନ୍ତି। ଏହି ଗୋଟିଏ ଡଲ୍ସର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା।