Posted inଜାତୀୟ

ଲୋକେ ସରକାରଙ୍କୁ ପୁନଃ ନିର୍ବାଚିତ କରିଛନ୍ତି: ମୋଦି

ନୂଆଦିଲ୍ଲୀ,୩ା୭(ପି.ଟି.) : ଦେଶବାସୀ ସରକାରଙ୍କ ପ୍ରତ୍ୟେକ ମାନଦଣ୍ଡକୁ ଭଲ ଭାବେ ପରୀକ୍ଷା କରିବା ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ସୁଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ସେବା ହିଁ ମାଧବ ସେବା ମନ୍ତ୍ରକୁ ପୂରଣ କରିବାକୁ ଯାଇ ତାଙ୍କ ସରକାର ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସିଥିବା ଜନସାଧାରଣ ଉପଲବ୍ଧତ୍ କରିଛନ୍ତି।

ଏହି ଅବସରରେ ସେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ତାଙ୍କର ବାଳକ ବୁଦ୍ଧିରେ ପୂର୍ବରୁ କରିଥିବା ଭୁଲ୍‌କୁ ଲୁଚାଇ ସହାନୁଭୂତି ହାସଲ ପାଇଁ ଉଦ୍ୟମ କରୁଥିବା ଗୃହ ଦେଖିଛି। କଂଗ୍ରେସ କ୍ରମାଗତ ତୃତୀୟ ଥର ପାଇଁ ଲୋକ ସଭାରେ ୧୦୦ ଆସନ ଅତିକ୍ରମ କରିନାହିଁ। ସେମାନେ ପରାଜୟ ସ୍ବୀକାର କରିବା ପରିବର୍ତ୍ତେ ଅହଂକାରୀ ହୋଇଯାଇଛନ୍ତି। ସେମାନେ ଭାଜପାକୁ ପରାଜିତ କରିଥିବା ଭଳି ବର୍ଣ୍ଣନା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅଗ୍ନିପଥ ଯୋଜନା ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ନେଇ ପାର୍ଲାମେଣ୍ଟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହେଉଛ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବା ପୂର୍ବରୁ ବିରୋଧୀ ସଦସ୍ୟମାନେ ଗୃହରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ଦେବାକୁ ଦାବି କରିଥିଲେ। ତେବେ ଏହା ଉପରେ ଉତ୍ତରପୂର୍ବାଞ୍ଚଳ ଏମ୍‌ପି ସୋମବାର ଗୃହରେ ବକ୍ତବ୍ୟ ରଖିଥିବା ବାଚସ୍ପତି ଓମ୍‌ ବିର୍ଲା କହିବାରୁ ସେମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।...

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ...

‘ସିଏମ ସାର୍‌ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…

କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍‌ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ...

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ...

ରୁଷିଆ ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆ ସମ୍ପର୍କ ଉପରେ ଆଲୋକପାତ...

ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର

ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍‌ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର...

୨,୫୦୦ ଟଙ୍କାର ଫୋନ୍‌ ଡେଟାରେ ବହୁ କୋଟିର ଋଣ ଜାଲିଆତି

ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍‌ କଲ୍‌ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri