ଏଠାରେ ଲୋକେ ଜାରି କଲେ ୨ ଦିନିଆ ଲକ୍‌ଡାଉନ୍‌…

ଦାମୋହ,୧୨।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର କେତେକ ଅଞ୍ଚଳରେ ଓ୍ବିକ୍‌ଏଣ୍ଡ୍‌ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଦାମୋହ ଜିଲାରେ ଉପନିର୍ବାଚନ ଥିବାରୁ ରାଜ୍ୟ ସରକାର ଏଠାରେ କୌଣସି ଲକ୍‌ଡାଉନ୍‌ ଜାରି କରି ନାହାନ୍ତି। ତେବେ ଜିଲାରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହିନୋତ ଏବଂ ଦାମୋହ ସହରର ସ୍ଥାନୀୟ ଲୋକେ ସେଠାରେ ବିନା ସରକାରୀ ନିର୍ଦ୍ଦେଶରେ ଶନିବାର ଏବଂ ରବିବାର ୨ ଦିନିଆ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share