ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ଇସ୍ତଫା ଦାବି କରି ସାରା ଦେଶରେ ବିରୋଧ ପ୍ରଦର୍ଶନ

ବେଜିଂ,୨୩ ।୧୨: ସି ଜିନପିଙ୍ଗ ଚାଇନାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଲୋକେ ପଦ ଛାଡିବାକୁ ଦାବି କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ଜିନପିଙ୍ଗ ଜନତାଙ୍କ କ୍ରୋଧର ଶିକାର ହୋଇଛନ୍ତି । ଏହା ପୂର୍ବରୁ ବି କିଛି ପ୍ରସଙ୍ଗକୁ ନେଇ ଚାଇନାର ଜନତା ଜିନପିଙ୍ଗଙ୍କ ବିରୋଧରେ ସଡ଼କ ଉପରକୁ ଚାଲି ଆସିଛନ୍ତି । ଏବେ ଦେଶରେ ସି ଜିନପିଙ୍ଗଙ୍କ କଠୋର କରୋନା ନୀତିକୁ ନେଇ ଅସନ୍ତୁଷ୍ଟ ଜନତା ତାଙ୍କ ଇସ୍ତଫା ଦାବି କରିଛନ୍ତି ଏହାସହ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।
କେବଳ ସେତିକି ନୁହେଁ ଚାଇନାବାସୀ ଚାଇନାର କମ୍ୟୁନିଷ୍ଟ ପାର୍ଟି(ସିସିପି)ର ଏକଦଳୀୟ ଶାସନକୁ ଶେଷ କରିବାକୁ ବି ଦାବି କରିଛନ୍ତି । ରାଜରାସ୍ତାକୁ ଓହ୍ଲାଇଥିବା ଜନତା ‘ପଦ ଛାଡ ଜିନପିଙ୍ଗ, ପଦ ଛାଡ କମ୍ୟୁନିଷ୍ଟ ପାର୍ଟି ଭଳି ସ୍ଲୋଗାନ ଦେଉଛନ୍ତି । ଏହାସହ କହୁଛନ୍ତି ଆମେ ଆଜୀବନ ଶାସକ ଚାହୁଁନାହୁଁ । ଆମେ ଏମିତି ରାଜା ଚାହୁଁନାହୁଁ ।

Share