ଭୋକ ଉପାସରେ ଲୋକେ, କିମ୍‌ଙ୍କ ଚିନ୍ତା ବଢ଼ିଲା…

ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଭୋକିଲାଙ୍କ ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘର ମାନବିକ ଅଧିକାରର ଅନୁସନ୍ଧାନକାରୀ ଟିମ୍‌ଙ୍କ ପକ୍ଷରୁ ପ୍ରକାଶ ପାଇଛି।

ଅନ୍ତର୍ଜାତୀୟସ୍ତରରେ ଉତ୍ତରକୋରିଆ ସମ୍ପୂର୍ଣ୍ଣ ଅଲଗା ହୋଇ ରହିଥିବାରୁ ଅନ୍ୟ ଦେଶର ସହାୟତା ପହଞ୍ଚତ୍ବା କଷ୍ଟକର ହୋଇ ପଡ଼ିଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରକୋରିଆର ସୀମାକୁ ମଧ୍ୟ ସିଲ୍‌ କରାଯାଇଛି। ଫଳରେ ଦେଶରେ ଲୋକେ ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବରିଷ୍ଠ ନାଗରିକ ଏବଂ ଛୋଟ ପିଲାଙ୍କ ଅବସ୍ଥା ଭୋକ ଯୋଗୁ ସଙ୍କଟ ଜନକ ହେବାରେ ଲାଗିଥିତ୍ବା ଅନୁସନ୍ଧାନକାରୀ ଟୋମାସ୍‌ ଓଜେଆ କ୍ୱିଣ୍ଟାନା ଜାତିସଂଘ ମହାସଭାର ମାନବିକ ଅଧିକାର କମିଟି ସମ୍ମୁଖରେ ପ୍ରକାଶ କରିଛନ୍ତି।

ସମ୍ପ୍ରତି ଉତ୍ତରକୋରିଆରେ ଜାତିସଂଘର କୌଣସି ଅନ୍ତର୍ଜାତୀୟ କର୍ମଚାରୀ ନାହାନ୍ତି। ଧୀରେଧୀରେ କୂଟନୈତିକମାନେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି। ଏକଛତ୍ରବାଦୀ ଶାସନରେ ଲୋକଙ୍କ ସାଧାରଣ ଜୀବନରେ ସଙ୍କଟ ସୃଷ୍ଟି ହୋଇଛି ବୋଲି କ୍ୱିଣ୍ଟାନା କହିଛନ୍ତି।

Share