କୁଚିଣ୍ଡା,୧୭ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଲୋକେ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି। ଶନିବାର ସକାଳୁ ବିଦ୍ୟୁତ୍ କଟି ରାତି ପ୍ରାୟ ୭ଟାରେ ଆସିଥିଲା। ସେହିଭଳି ରବିବାର ସକାଳେ ଓ ଅପରାହ୍ନରେ କିଛି ସମୟ ପାଇଁ ଲାଇନ ଆସି ପୁଣି କଟିଥିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ବକ୍ସମା ଅଞ୍ଚଳକୁ ଲସା ଗ୍ରୀଡ୍ରୁ ବିଦ୍ୟୁତ୍ ସଂଯୋଗ ହେଉଥିବା ବେଳେ ଅଧିକାଂଶ ସମୟ ଏଭଳି ସମସ୍ୟା ସୃଷ୍ଟି ହେଉଛି। ବିଭାଗୀୟ ଅଧିକାରୀଙ୍କ ବେପରୁଆ ନୀତି ଯୋଗୁ ଏଭଳି ସମସ୍ୟା ଦେଖାଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୁଚିଣ୍ଡା ଡିଭିଜନ ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ମତାମତ ନିଆଯିବାରୁ ବିଦ୍ୟୁତ୍ ସମସ୍ୟାକୁ ସ୍ବୀକାର କରି ପ୍ରବଳ ବର୍ଷା ଯୋଗୁ ଏଭଳି ବିଭ୍ରାଟ ହେଉଛି। କର୍ମଚାରୀ କାମ କରୁଛନ୍ତି, ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।