Categories: ଜାତୀୟ

ଉତ୍ତରପ୍ରଦେଶରେ ପରିବର୍ତ୍ତନ ଚାହୁଁଛନ୍ତି ଲୋକେ !…

ଲକ୍ଷ୍ନୌ, ୨୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହଁୁଥିବା ଏକ ସର୍ଭେରୁ ଜଣାପଡିଛି। ଏବିପି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୨୦ ନଭେମ୍ବର, ୧୮ ଡିସେମ୍ବର ଏବଂ ୨୨ ଜାନୁୟାରୀରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ୪୭ ପ୍ରତିଶତ ଲୋକେ ରାଜ୍ୟରେ ପରିବର୍ତ୍ତନ ଚାହୁଁଛନ୍ତି।

ସେମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେହିପରି ୨୭ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି କିନ୍ତୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁ ନ ଥିବା ମତାମତ ଦେଇଛନ୍ତି। ଅପରପକ୍ଷରେ ୨୬ ପ୍ରତିଶତ ଲୋକ ସରକାରଙ୍କ ଉପରେ ଅସନ୍ତୁଷ୍ଟ ନାହାନ୍ତି କି ସରକାରଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁ ନାହାନ୍ତିି ବୋଲି ମତପୋଷଣ କରିଛନ୍ତି।

ସି-ଭୋଟର ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share