ସୁଶାନ୍ତଙ୍କ ଘର କିଣିବାକୁ ଆଗ୍ରହୀ ଲୋକେ

ମୁମ୍ବାଇ:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ କିଣିବା ଲାଗି ଅନେକ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରକାଶିତ ଖରବ ମୁତାବକ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗ ପରେ ସେ ରହୁଥିବା ଫ୍ଲାଟ୍‌ ଖାଲି ପଡ଼ିଛି। ଆପାର୍ଟମେଣ୍ଟ ମାଲିକ ଫ୍ଲାଟ ଭଡ଼ା ଦେବା ପାଇଁ ଭଡ଼ାଟିଆ ଖୋଜୁଥିବାବେଳେ ଲୋକମାନେ ଭଡ଼ାରେ ନୁହେଁ ବରଂ ତାକୁ କିଣିବା ପାଇଁ କହୁଛନ୍ତି। ଫ୍ଲାଟକୁ ୫ ଲକ୍ଷ ଟଙ୍କାରେ ଭଡ଼ା ହେବା ଲାଗି ମାଲିକ ଏଜେଣ୍ଟ ରାଫିକ୍‌ ମର୍ଚାଣ୍ଟଙ୍କୁ କହିଥିବାବେଳେ ଏ ପର୍ଯ୍ୟନ୍ତ ମର୍ଚାଣ୍ଟଙ୍କୁ ଗୋଟିଏ ବି ଗ୍ରାହକ ମିଳି ନାହାନ୍ତି ଯେ, ସୁଶାନ୍ତ ରହୁଥିବା ଫ୍ଲାଟରେ ଭଡ଼ା ରହିବେ। ଆପାର୍ଟମେଣ୍ଟ ମାଲିକ ଫ୍ଲାଟ ବିକ୍ରି କରିବାକୁ ରାଜି ନ ଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ଥିବାବେଳେ ଫ୍ଲାଟକୁ ନିୟମିତ ପୋଲିସର ଯିବାଆସିବା ଲାଗି ରହିଛି। ଏଥିଯୋଗୁ ଅନେକେ ଘର ଭଡ଼ା ନେବାକୁ ଅରାଜି ହେଉଛନ୍ତି। ଆଉ କେତେଜଣ ଭଡ଼ା ଟଙ୍କା କମାଇବାକୁ କହୁଥିବା ଖବର ପ୍ରକାଶ ପାଇଛି।

Share