ସୀମା ଅଞ୍ଚଳରୁ ଭିଟାମାଟି ଛାଡ଼ିଲେ ୧୦ ଲକ୍ଷ ଲୋକ, ଶରଣାର୍ଥୀ ସମସ୍ୟା ବଢ଼ିଲା…

କ୍ୱିଭ୍‌, ୨୦।୨ : ପୂର୍ବ ୟୁକ୍ରେନରେ ଲଗାତାର ବୋମା ବିସ୍ଫୋରଣ ପରେ ଲୋକମାନେ ସେଠାରୁ ପଳାଇବା ଆରମ୍ଭ କରି ଦେଇଛନ୍ତି। ଲୋକମାନେ ବସ ଏବଂ ଟ୍ରେନ ଯୋଗେ ପୋଲାଣ୍ଡ ସୀମା ଆଡକୁ ଯିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସୀମା ଅଞ୍ଚଳରୁ ୧୦ ଲକ୍ଷରୁ ଅଧିକ ଲୋକ ସୁରକ୍ଷିତ ଅଞ୍ଚଳକୁ ଯିବା ଆରମ୍ଭ କରିଛନ୍ତି। ରୁଷିଆକୁ ସମର୍ଥନ କରୁଥିବା ବିଦ୍ରୋହୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ବାସ କରୁଥିବା ପ୍ରାୟ ୩ ଲକ୍ଷ ଲୋକେ ଘର ଛାଡ଼ିଛନ୍ତି।

ସେହିପରି ରୁଷିଆର ଅଧିକୃତ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୭ ଲକ୍ଷ ଲୋକ ମଧ୍ୟ ନିଜ ଘର ଛାଡି ସୁରକ୍ଷିତ ସ୍ଥାନ ମୁହାଁ ହୋଇଛନ୍ତି। ଫଳରେ ଶରଣାର୍ଥୀ ସମସ୍ୟା ବଢ଼ିବାରେ ଲାଗିଛି।

ଘର ଛାଡ଼ିଥିବା ଲୋକଙ୍କୁ ଆଶ୍ରୟ ଦେବା ପାଇଁ ରୁଷିଆ ନିଜର ସୀମା ଖୋଲିଛି। ଲୋକମାନେ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା କରି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଅବସ୍ଥା ବିଗିଡିବା ପାଇଁ ସ୍ଥାନାନ୍ତରିତ ଲୋକମାନେ ୟୁକ୍ରେନ୍‌କୁ ଦାୟୀ କରୁଛନ୍ତି। ଯଦି ୟୁକ୍ରେନ ବୁଝାମଣା କରିଥାନ୍ତା, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା।
ରୁଷିଆ ଏହାର ସୀମାରେଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୪୦୦ ସୈନିକ ଏବଂ ୧୫୦ଯାନ ନିୟୋଜିତ କରିଛି। ରୁଷିଆର ଜରୁରୀକାଳୀନ ବିଭାଗ କହିଛି ଯେ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ରୋହୀମାନେ ଇତିମଧ୍ୟରେ ୟୁକ୍ରେନର ପ୍ରାୟ ୨୪ଟି ସାମରିକ ବେସ ଉପରେ ଆକ୍ରମଣ କରିଛନ୍ତି।

Share