ଭଦ୍ରକ ଅଫିସ,୧ା୬: ଆଉଟ୍ଡୋର ଟିକଟ ପାଇଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ମେଡିକାଲ ଗାଡ଼ି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକ ହେଲେ ଡ. ବର୍ଚ୍ଚିକୟାଁ ଗ୍ରାମର ଶ୍ରୀଧର ଲେଙ୍କା। ଗୁରୁତରମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ମେଡିକାଲରେ ଭଡ଼ାରେ ଲାଗିଥିବା ବୋଲେରୋ ଗାଡିକୁ ଚାଳକ ମେଡିକାଲ ପରିସରରେ ରଖିଥିଲେ । ଗାଡିରେ ଚାବି ଲାଗିଥିବା ବେଳେ ଜଣେ କର୍ମଚାରୀ ଗାଡିର ଚାବି ମୋଡି ଦେବାରୁ ଗାଡି ଷ୍ଟାର୍ଟ ହୋଇ ଆଗକୁ ଗଡ଼ି ଗଡ଼ି ଯାଇ ଧାଡିରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।