Advertisement

ପଖାଳ ଦିବସର ମଜା ଉଠାଇଲେ ଲୋକେ

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାଣ୍ଟିନରେ ଗୁରୁବାର ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ଏଥିରେ କଲେଜ ଅଧ୍ୟାପିକା, ଅଧ୍ୟାପକମାନେ ଯୋଗଦେଇ ପଖାଳ ଭାତ ତା’ର ମଜା ଉଠାଇଥିଲେ। ପଖାଳ ଭାତ ହେଉଛି ଚାଷୀମାନଙ୍କ ପ୍ରିୟ ଖାଦ୍ୟ।ଏହା ନିରୋଗୀ ଖାଦ୍ୟ। ଆଧୁନିକ ଜୀବନ ଶୈଳୀ ସହ ଜଡ଼ିତ ଯୁବପିଢ଼ି ବର୍ତ୍ତମାନ ଏହିଭଳି ସୁଷମ ଖାଦ୍ୟକୁ ଭୁଲି ଯାଇ ତେଲ, ମସଲା ଖାଦ୍ୟକୁ ପସନ୍ଦ କରୁଛନ୍ତି। ଫଳରେ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ସ୍ବାସ୍ଥ୍ୟ ପାଇଁ ବିପଦ ଟାଣି ଆଣୁଛି। ତେଣୁ ପଖାଳ ଦିବସର ମହତ୍ତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକତା ରହିଛି। ଲୋକେ ପଖାଳ ଭାତ ଭୋଜନ କରି ସୁସ୍ଥ ଜୀବନଯାପନ ବିତାଇବା ପାଇଁ ଅଧ୍ୟାପକ ଆର୍‌ ହରିଶ, ସନାତନ ବେହେରା, ହରିଶ ଭଟ୍ଟର, ରଜତ ମିଶ୍ର, ବିଭୂତି ଗୌଡ଼ ପ୍ରମୁଖ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel