Categories: ଜାତୀୟ

ଡରାଉଛି ଡେଙ୍ଗୁ: ଘର ଛାଡୁଛନ୍ତି ଲୋକେ!

ଫିରୋଜାବାଦ,୪ ।୯: କରୋନା ପରେ ଏବେ ଲୋକଙ୍କୁ ଡରାଉଛି ଡେଙ୍ଗୁ । ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଓ ଭାଇରାଲ ଫିବରରେ ପୀଡ଼ିତ ହୋଇ ଅଧିକାଂଶ ପିଲାଙ୍କ ମୃତ୍ୟୁ ଏବେ ସେଠାକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ସ୍ଥିତି ଏମିତି ହେଲାଣି ଯେ ସେଠାକାର ଲୋକେ ଏବେ ଗାଁ ଛାଡି ଅନ୍ୟତ୍ର ଚାଲିଯାଉଥିବା ଜଣାପଡିଛି । ବିଶେଷ କରି ସୁହାଗନଗରୀର ଲୋକେ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ଅନ୍ୟ ଜିଲାରେ ବନ୍ଧୁବାନ୍ଧବଙ୍କ ଘରେ ଛାଡି ଆସିବାକୁ ବାଧ୍ୟ ହେଉଥିବା କହୁଛନ୍ତି । କାରଣ ପ୍ରଶାସନର ବେଖାତିର ମନାଭାବ ସହ ଖରାପ ସ୍ୱାସ୍ଥ୍ୟ ସେବା ଓ ପରିମଳ ବ୍ୟବସ୍ଥା ଠିକ୍ ନ ଥିବାରୁ ନିଷ୍ପାପ ପିଲାମାନେ ଅକାଳରେ ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି । ସୂଚନାଯୋଗ୍ୟ, ଗତ ୩ ସପ୍ତାହ ମଧ୍ୟରେ ଡେଙ୍ଗୁ ଓ ଭାଇରାଲ ଫିବରରେ ଫିରୋଜାବାଦରେ ୭୯ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୦ ଜଣ ଶିଶୁ ରହିଛନ୍ତି । ହେଲେ ସରକାରୀ ହିସାବ ଏବେ ୫୦ ତଳେ ରହିଛି ।

Share