ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା

ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତର ମୋଲସଙ୍ଗିଁ, ମରିନୂଆଗାଁ, ଖୁଣ୍ଟିଆତୋଟା, ଗିଲିନ୍ଦା, ବାଦପଲ୍ଲୀ, ସୁଜନ ସାହି, ଖୁରୀମପୁର, ପାର୍ସୀଖୋଲ, ମିନାପୁର, ଖଜୁରୀ ସାହି, କମାରସିଂ, ଛକାସିଂ, ଦେବୀଝର,ଗୁଣ୍ଡୁରୁପଲି, ନୂଆଁପଲି, ଲାଖପଡ଼ା, ବାଲିଆପଦର ଆଦି ଗ୍ରାମର ଲୋକେ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବି ମଧ୍ୟରେ ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ର ନିୟମ ଅନୁସାରେ ସୁବିଧା ଯୋଗାଇ ଦେବା, ବିଭିନ୍ନ ଗ୍ରାମର ରାସ୍ତାଘାଟ ମରାମତି ଏବଂ ମୋବାଇଲ ନେଟ୍‌ଓ୍ବାର୍କ ଆଦି ଦାବି ରହିଛି। ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଦାବି ପ୍ରଦାନ ବେଳେ ନିର ଶବର, କୈଳାସ ଶବର, ସୁବାସ ଶବର, ସୁଧୀର ଶବର, ଜଗବନ୍ଧୁ ଶବର, ଭାସ୍କର ଶବର, ଦଣ୍ଡପାଣି ଶବର, ଲକ୍ଷ୍ମଣ ଶବର, ଅଭି ଶବର, ଅଜୁ ଶବର ପ୍ରମୁଖ ଉପସ୍ଥିତ ଥିଲେ।

Share