୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକମାନେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରକୁ ଭୋଟ ଦେଉଛନ୍ତି। ୨୦୨୧ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ଯେଭଳି ବିରୋଧ କରୁଥିଲେ, ସେହି ବିରୋଧ ଏବେ ନୀରବି ଯାଇଥିବାରୁ ଆନ୍ଧ୍ର ଏଠାରେ ନିର୍ବାଚନ କରାଇ ତା’ର ଉପସ୍ଥିତି ଦର୍ଶାଉଛି।
କୋଟିଆ ପଞ୍ଚାୟତ ଅଧୀନରେ ଥିବା ତଳ ଗଞ୍ଜେଇ ପଦର, ଫଗୁଣସିନେରୀ ଏବଂ ଫାଟୁସିନେରୀ ଆଦି ତିନୋଟି ଗ୍ରାମକୁ ପଡ଼ୋଶୀ ଆନ୍ଧ୍ର ନିଜ ପଞ୍ଚାୟତ ଭାବେ ଦର୍ଶାଇ ୨୦୨୧ ଫେବୃଆରୀ ୨ତାରିଖରେ ପଞ୍ଚାୟତ ନିର୍ବାଚନ କରିଥିଲା। ଏପରି କି ସେହି ବର୍ଷ ମାର୍ଚ୍ଚ ୮ ତାରିଖରେ ଜିଲା ପରିଷଦ ନିର୍ବାଚନ କରିଥିଲା। ସେତେବେଳେ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ଭାଜପାର ନେତା ଏବଂ କର୍ମୀମାନେ ବିରୋଧ କରିଥିଲେ। ଜିଲାରୁ ଆରମ୍ଭ କରି ରାଜ୍ୟସ୍ତରରେ ଏହି ବିରୋଧ ଚହଳ ପକାଇଥିଲା। ହେଲେ କୋଟିଆର ସୀମାନ୍ତ ୨୧ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ସପକ୍ଷରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଏବେ ସେହି ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ପୁଣି ଥରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାକୁ ରୋକିବାକୁ କୋରାପୁଟ ଜିଲା ପ୍ରଶାସନ କିମ୍ବା ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୌଣସି ବିରୋଧ ଦେଖିବାକୁ ମିଳୁନାହିଁ। ଫଳରେ ୨୧ଖଣ୍ଡ ସୀମାନ୍ତ ଗ୍ରାମର ପ୍ରାୟ ୨,୫୦୦ ଭୋଟର ଉଭୟ ରାଜ୍ୟକୁ ଭୋଟ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟ ପରିଚୟ ପତ୍ର, ରାଶନ କାର୍ଡ ଏବଂ ପେନ୍‌ଶନ କାର୍ଡ ମଧ୍ୟ ରହିଛି। ଆନ୍ଧ୍ରର ଆରକୁ ଲୋକ ସଭା ସଂସଦୀୟ କ୍ଷେତ୍ର ଏବଂ ସାଲୁର ବିଧାନସଭା ନିର୍ବାଚନମଣ୍ଡଳୀରେ କୋଟିଆ ପଞ୍ଚାୟତର ୨୧ଟି ସୀମାନ୍ତ ଗ୍ରାମର ଭୋଟର ତାଲିକା ରହିଛି। ଏଠାରେ ଆସନ୍ତା ମେ ୧୩ ତାରିଖରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ ଗ୍ରାମବାସୀଙ୍କ କହିବା ହେଲା ପଡ଼ୋଶୀ ଆନ୍ଧ୍ର ସରକାର ସେମାନଙ୍କ ସହ ସବୁବେଳେ ମିଶିକି ରହିଥିବାବେଳେ ପ୍ରତ୍ୟେକ ସରକାରୀ ସହାୟତା ଯୋଗାଇ ସେମାନଙ୍କ ଦୁଃଖ ଦୂର କରିବାରେ ମୁଖ୍ୟ ଭୂମିକା ନେଇଛି। ଯେଉଁଥିପାଇଁ କି ଆନ୍ଧ୍ର ପାଇଁ ସେମାନେ ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ଉପକୃତ ହୋଇପାରିଛନ୍ତି। ଦେଶର ନାଗରିକ ଭାବେ ମତଦାନ ସାବ୍ୟସ୍ତ କରିବାର ସମସ୍ତଙ୍କ ଅଧିକାର ରହିଛି। ସେହିପରି ଓଡ଼ିଶା ସରକାର ମଧ୍ୟ ସେମାନଙ୍କ ଗ୍ରାମରେ ଅନେକ କିଛି ଉନ୍ନତି କରିଛନ୍ତି। ତେଣୁ ନିର୍ବାଚନ ସମୟରେ ପ୍ରଥମେ ଓଡ଼ିଶାର ବୁଥ୍‌ରେ ଭୋଟ ଦେବା ପରେ ଆନ୍ଧ୍ର ମତଦାନ କେନ୍ଦ୍ରରେ ପହଞ୍ଚତ୍ ଭୋଟ୍‌ ଦେବେ ବୋଲି ଗ୍ରାମବାସୀ ମତପ୍ରକାଶ କରୁଛନ୍ତି।
ଇତିମଧ୍ୟରେ ଆନ୍ଧ୍ରର ଦୁଇ ଦଳ ଓ୍ବାଇଏସ୍‌ଆର କଂଗ୍ରେସ ଏବଂ ତେଲ୍‌ଗୁ ଦେଶମ ପାର୍ଟିର ବିଧାୟକ ପ୍ରାର୍ଥୀ କୋଟିଆ ପଞ୍ଚାୟତର ସୀମାନ୍ତ ଉପର ଗଞ୍ଜେଇ ପଦର, ଉପରସେମ୍ବି, ତଳସେମ୍ବି, ଧୂଳିପଦର ଆଦି ଗ୍ରାମରେ ଦୁଇଥର ପହଞ୍ଚତ୍ ନିଜ ସପକ୍ଷରେ ଭୋଟ ଭିକ୍ଷା କରିସାରିଲେଣି। ହେଲେ ଓଡ଼ିଶାର କୌଣସି ଦଳୀୟ ପ୍ରାର୍ଥୀ ଏଯାବତ୍‌ ନିର୍ବାଚନ ପ୍ରଚାର ବା ଭୋଟ ଭିକ୍ଷା କରିବାକୁ ପହଞ୍ଚତ୍ ନାହାନ୍ତି। ଏଥିରୁ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକର କୋଟିଆ ପ୍ରତି କେତେ ଆନ୍ତରିକତା ରହିଛି, ତାହା ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଯେଉଁସବୁ ରାଜନେତା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ ବିରୋଧ କରି ନିଜର ପତିଆରା ଦେଖାଇଥିଲେ ସେମାନଙ୍କ ମଧ୍ୟରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡି ବିଧାୟକ ପ୍ରୀତମ ପାଢ଼ୀ ପ୍ରମୁଖଙ୍କୁ ଫୋନ ଯୋଗେ ମତାମତ ଲୋଡ଼ାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କଂଗ୍ରେସର ରାଜ୍ୟ ଆଦିବାସୀ ସେଲ୍‌ ସଭାପତି ଜୟରାମ ପାଙ୍ଗିଙ୍କ କହିବା ହେଲା କୋଟିଆର ୨୧ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ନିର୍ବାଚନକୁ ଆମେ ସବୁବେଳେ ବିରୋଧ କରିଆସୁଛୁ। ହେଲେ ଆନ୍ଧ୍ର ଏହା ଶୁଣୁନାହିଁ। ଏଥିପାଇଁ ସମସ୍ତ ରାଜନେତା ମୁହଁ ଖୋଲିବାର ଆବଶ୍ୟକତା ରହିଛି ବୋଲି ପାଙ୍ଗୀ କହିଛନ୍ତି। ସୂଚନାଥାଉକି. ୧୯୭୪ ମସିହାରୁ କୋଟିଆ ପଞ୍ଚାୟତବାସୀ ଉଭୟ ଓଡିଶା ଏବଂ ଆନ୍ଧ୍ରକୁ ନିର୍ବାଚନ ସମୟରେ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ...

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଛେଚିବ କୁଆପଥର ବର୍ଷା: ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୧ା୩: ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୯ ଜିଲାରେ କୁଆପଥର ବର୍ଷା ନେଇ ଅନୁମାନ କରାଯାଛି। ଏହାସହ ୩ ଜିଲାରେ...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

SC, ST ଇଞ୍ଜିନିୟରଙ୍କ ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ସ୍ଥଗିତ

କଟକ,୨୧ା୩: ସାଧାରଣ ବର୍ଗର ଇଞ୍ଜିନିୟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି, ଓଡ଼ିଶା ହାଇକୋର୍ଟ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପଦବୀରେ ପଦୋନ୍ନତି ପ୍ରଦାନ ପାଇଁ ପୂର୍ତ୍ତ...

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି...

ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image