Categories: ଜାତୀୟ

‘ସବୁ ଧର୍ମର ଲୋକଙ୍କୁ ସ୍କୁଲ ଡ୍ରେସ୍‌ କୋଡ୍‌ ମାନିବାକୁ ପଡ଼ିବ’

ନୂଆଦିଲ୍ଲୀ,୨୧।୨: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପ୍ରସଙ୍ଗ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସମସ୍ତ ଧର୍ମ ସ୍କୁଲ ଡ୍ରେସ କୋଡ୍‌କୁ ସ୍ବୀକାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

“ସମସ୍ତ ଧର୍ମର ଲୋକଙ୍କୁ ସ୍କୁଲର ଡ୍ରେସ୍‌ କୋଡ୍‌କୁ ଗ୍ରହଣ କରିବା ଉଚିତ। ବର୍ତ୍ତମାନ କୋର୍ଟ ଏହାର ଶୁଣାଣି କରୁଛନ୍ତି। କୋର୍ଟ ଯାହା ନିଷ୍ପତ୍ତି ନେବେ, ସଭିଙ୍କୁ ତାହା ଗ୍ରହଣ କରିବାକୁ ପଡ଼ିବ” ବୋଲି ଶାହା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ କର୍ନାଟକ ହାଇକୋର୍ଟ ଶୁଣାଣି କରୁଥିବା ବେଳେ ଏଭଳି ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ।

Share