Categories: ଜାତୀୟ

ଜମ୍ମୁ-କଶ୍ମୀର ଜନସାଧାରଣ ମୌଳିକ ଅଧିକାରରୁ ହେଉଛନ୍ତି ବଞ୍ଚିତ: ସିଜେଆଇଙ୍କୁ ମେହବୁବାଙ୍କ ଚିଠି…

ଶ୍ରୀନଗର,୩୧।୧୨ : ଜମ୍ମୁ-କଶ୍ମୀରରେ ଜନସାଧାରଣଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହେଉଛି। ନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି।ଏନେଇ ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି।

ଦେଶରେ ଏବେ ସାମ୍ବିଧାନିକ ବ୍ୟବସ୍ଥାରେ ଉଲ୍ଲେଖ ଥିବା ମୌଳିକ ଅଧିକାର ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଉ ନାହିଁ। ଏହା ରାଜନୈତିକ, ସାମାଜିକ ଏବଂ ଧାର୍ମିକ କ୍ଷେତ୍ରରେ ସରକାରଙ୍କୁ ସମର୍ଥନ କରୁଥିବା କେତେକ ଲୋକଙ୍କୁ ଯୋଗାଇଦିଆ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନୁଚ୍ଛେଦ ୩୭୦ ହଟିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମିବାରେ ଲାଗିଛି। ଏହି ଚିଠିକୁ ମେହବୁବା ନିଜ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

Share