Advertisement

ପାନୀୟ ଜଳ ଯୋଗାଣରୁ ସୁନାଖଳା ଗାଁ ଲୋକ ବଞ୍ଚିତ

ଭାପୁର,୯ା୫(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଜିପୁର ପଞ୍ଚାୟତ ଅଧୀନ ସୁନାଖଳା ଗାଁରେ ଦୀର୍ଘ ୧୩ ବର୍ଷରୁ ଊଦ୍ଧର୍‌ବ ହେଲା ପାନୀୟ ଜଳ ପାଇବାରୁ ଏପର୍ଯ୍ୟନ୍ତ ବଞ୍ଚତ୍ତ ହୋଇ ରହିଛି। ସରକାର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ସରକାର ରାଜକୋଷରୁ ଅର୍ଥ ବ୍ୟୟ ହେଉଛି। ହେଲେ ଗ୍ରାମାଞ୍ଚଳରେ ଜନସାଧାରଣ ପାନୀୟ ଜଳ ପାଇପାରୁନାହାନ୍ତି। ସୁନାଖଳା ଗ୍ରାମରେ ୫ଶହରୁ ଊଦ୍ଧର୍‌ବ ଜନସାଧାରଣ ବାସ କରନ୍ତି। ଏଠାରେ ଜନସାଧାରଣ ଅପରିଷ୍କାର ପାଣି ପିଇ ବିଭିନ୍ନ ପ୍ରକାରର ରୋଗରେ ପଡ଼ିଥାନ୍ତି। ବିଜିପୁର ଅନନ୍ତଶ୍ୱର ଦେବଙ୍କ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ହୋଇଛି। ବିଜିପୁର ପଞ୍ଚାୟତର ବିଜିପୁରର ସମସ୍ତ ସାହି ଓ ସୁନାଖଳା ଗ୍ରାମକୁ ପାଇପ ପକାଇ ୩ ମାସ ପାନୀୟ ଜଳ ଯୋଗାଣ କରାଯାଇଥିଲା। ସୁନାଖଳା ଗ୍ରାମର କେତେଜଣ ବ୍ୟକ୍ତି କୌଣସି କାରଣରୁ ଅଭିଯୋଗ କରିଥିଲେ। ଫଳରେ ପାନୀୟ ଜଳ ଦାୟିତ୍ୱରେ ଥିବା କର୍ମଚାରୀମାନେ ସୁନାଖଳା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ କରିଦେଇଥିଲେ। ସୁନାଖଳା ଗ୍ରାମବାସୀ ୧୩ ବର୍ଷ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସୁନାଖଳା ଗ୍ରାମରେ ହରିଜନ ସାହି ଓ ସୁନାଖଳା ଗ୍ରାମରେ ଗୋଟିଏ କୂଅ ଓ ୪ଟି ନଳକୂଅ ରହିଛି। ଗ୍ରାମବାସୀ ବର୍ଷା ଦିନେ ସେହି କୂଅ ପାଣି ବ୍ୟବହାର କରିଥାନ୍ତି। ଗଁାର ବାସିନ୍ଦା ନାରାୟଣ ରାଉତରାୟ ଏକ ବ୍ୟକ୍ତିଗତ ବୋରିଂ କରିଥିଲେ। ଦୀର୍ଘ ୪ବର୍ଷ ହେଲା ଗ୍ରାମର କେତେଜଣ ବ୍ୟକ୍ତି ସେଠାରୁ ପାନୀୟ ଜଳ ନେଇ ବ୍ୟବହାର କରୁଛନ୍ତି। ଏ ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ ସ୍ବାଧୀନ ପାଣିଗ୍ରାହୀକୁ ପଚାରିବାରେ ଏ ପର୍ଯ୍ୟନ୍ତ କେହି ଏହି ଅସୁବିଧା ବିଷୟରେ ଅଭିଯୋଗ କରିନାହାନ୍ତି। ସେ ମଧ୍ୟ ଜାଣି ନାହାନ୍ତି। ୩ରୁ୪ ଦିନ ଭିତରେ ନିଜେ ଆସି ଗ୍ରାମକୁ ଦେଖିଥିଲେ। ସୋମବାର ଯନ୍ତ୍ରୀ ପାଣିଗ୍ରାହୀ ଜଳଯୋଗାଣ ବିଭାଗର କର୍ମଚାରୀଙ୍କୁ ଡାକି ସୁନାଖଳା ଗଁାକୁ କେତେବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ବୋଲି ପଚାରି ବୁଝିଥିଲେ। କର୍ମଚାରୀମାନେ କହିଥିଲେ, ୧୩ ବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ବିଜିପୁର ଛକଠାରୁ ପାଇପ ଫାଟି ଯିବାରୁ ଏହା ସେହିଦିନଠାରୁ ବନ୍ଦ ରହିଛି। ଦୁପପଲ୍ଲୀ ପାଣିପମ୍ପଠାରୁ ଏହି ପାନୀୟ ଜଳ ଯୋଗାଣ ଖୁବ୍‌ଶୀଘ୍ର ଯୋଗାଯିବ ବୋଲି ପ୍ରତିଶ୍ରୁତି ଦେବା ସହ କର୍ମଚାରୀମାନଙ୍କୁ ତାଗିଦ୍‌ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share