Categories: ଜାତୀୟ

ମୋଦିଙ୍କୁ କେବେ ୭୫ ବର୍ଷ ବୟସ ହେବ, ତାହା ତାଙ୍କ ଜନ୍ମ ତାରିଖ ନୁହେଁ ଦେଶର ଲୋକେ ନେବେ ନିଷ୍ପତ୍ତି: ଉମାଭାରତୀ…

ଭୋପାଳ,୧୭।୮ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ନେତ୍ରୀ ଉମା ଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ସମ୍ପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟିରେ ସ୍ଥିର ହୋଇଥିବା ୭୫ ବର୍ଷର ନିୟମ ମୋଦିଙ୍କ ଉପରେ ଲାଗୁ ହେବ ନାହିଁ। ମୋଦିଙ୍କୁ କେବେ ୭୫ ବର୍ଷ ବୟସ ହେବ, ତାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନୁହେଁ ବରଂ ଦେଶର ଲୋକମାନେ ନିଷ୍ପତ୍ତି ନେବେ।

ଉମା ଭାରତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ସେ ତାଙ୍କୁ ଦୀର୍ଘ ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗାଦେଇ ସେ ଏଭଳି କହି ମୋଦିଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରିଛନ୍ତି।

Share