Categories: ଜାତୀୟ

କଂଗ୍ରେସ ପ୍ରାର୍ଥୀଙ୍କୁ ଜୋତାମାଳ ପିନ୍ଧାଇଲେ ଲୋକେ ,ଭିଡିଓ ଭାଇରାଲ…

ଜୟପୁର,୧୬।୧୧ : ଲୋକମାନେ ରାଜସସ୍ଥାନର ବହରୋଡ-କଟପୁତଲି ଜିଲାର ବହରୋଡ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ବଲଜିତ ଯାଦବଙ୍କୁ ଜୋତାମାଳ ପିନ୍ଧାଇଛନ୍ତି। ବାସ୍ତବରେ, ଯେତେବେଳେ ସେ ଭୋଟରଙ୍କ ନିକଟକୁ ଭୋଟ ମାଗିବାକୁ ଯାଇଥିଲେ, କ୍ରୋଧିତ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କୁ ଜୋତାମାଳ ପିନ୍ଧାଇ ଅପମାନିତ କରିଥିଲେ।

ଯେତେବେଳେ କ୍ରୋଧିତ ଲୋକମାନେ ତାଙ୍କୁ ଜୋତା ପିନ୍ଧାଇଥିଲେ, ବଲଜିତଙ୍କ ସମର୍ଥକମାନେ ଗ୍ରାମବାସୀଙ୍କ ସହ ଝଗଡା ଆରମ୍ଭ କରିଥିଲେ। ବହରୋଡ ଗାଦୋଜ ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡିଛି।

କ୍ରୋଧିତ ଲୋକମାନେ କହିଛନ୍ତି ବଲଜିତ କେତେକ ଜମିକୁ ନିଜ ଦଖଲକୁ ନେବାକୁ ଚେଷ୍ଟା କରୁଛନ୍ତି। ତେଣୁ ଯେତେବେଳେ ସେ ତାଙ୍କ ଅଞ୍ଚଳର ଭୋଟରଙ୍କଠାରୁ ଭୋଟ ଭିକ୍ଷା କରିବାକୁ ଆସିଥିଲେ, ଭୋଟରମାନେ ତାଙ୍କୁ ଜୋତା ମାଳ ପିନ୍ଧାଇଥିଲେ। ନ୍‌

ସୂଚନାନୁସାରେ, ବଲଜିତ ଯାଦବଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଏବଂ ଦୁର୍ନୀତିି ଅଭିଯୋଗ ରହିଛିି। ତେବେ ସ୍ଥାନୀୟ ଯୁବବର୍ଗମାନଙ୍କ ମଧ୍ୟରେ ତାଙ୍କର ପ୍ରଭାବ ରହିଛି।

 

 

Share