ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି !

ବମ୍ବେ: ପୋଷାକ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ କରୁଥିବା ନଜର ଆସିଥିଲା। ଏହି ଫଟୋଟି ବେଶ ଭାଇରାଲ ହେଉଥିବା ବେଳେ ଉର୍ଫିଙ୍କ ତାଙ୍କ ସହ କି ସମ୍ପର୍କ ରହିଛି ତାକୁ ନେଇ ପ୍ରଶ୍ନ କରାଯାଉଛି।

ଉର୍ଫି କାଜୋଲ ତ୍ୟାଗି ନାମକ ଯୁବତୀଙ୍କୁ ଟ୍ୟାଗ କରିଛନ୍ତି। କାଜୋଲ ପେସାରେ ଅଭିନେତା ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅଟନ୍ତି। ଏହାଛଡ଼ା ଉର୍ଫିଙ୍କ ସେ ଭଲ ବନ୍ଧୁ। ଅନେକ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ହେଲେ ଦୁହିଁଙ୍କ ଫଟୋ ଦେଖିବା ପରେ ଲୋକେ ଉର୍ଫିଙ୍କୁ ଟ୍ରୋଲ କରିବାକୁ ପଛାଇନାହାନ୍ତି। ଅପରପକ୍ଷେ ଉର୍ଫି ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Share