ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ କମ୍ପାନୀ ଆଇଫୋନ ୧୬ ସିରିଜ ଲଞ୍ଚ କରିଥିଲା। ପ୍ରଥମ ବିକ୍ରୟ ଲାଇଭ ହେବା ମାତ୍ରେ ମୁମ୍ବାଇର ବି.କେ.ସି ସ୍ଥିତ ଆପଲ ଷ୍ଟୋର୍‌ରେ ଆଇଫୋନ ପ୍ରେମୀଙ୍କ ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଆପଲ ଷ୍ଟୋର୍‌ ଖୋଲିବା ମାତ୍ରେ ଲୋକମାନେ ସକାଳେ ଷ୍ଟୋର ବାହାରେ ଦୌଡୁଥିବା ଦେଖିବାକୁ ମିଳିଥିଲା।

ସେପ୍ଟେମ୍ବର ୯ରେ କମ୍ପାନୀ ଆଇଫୋନ ୧୬ ସିରିଜର ଚାରୋଟି ମଡେଲ ଉପସ୍ଥାପନ କରିଥିଲା। ଏଥିରେ ଆଇଫୋନ ୧୬, ଆଇଫୋନ ୧୬ ପ୍ଲସ, ଆଇଫୋନ ପ୍ରୋ ଏବଂ ଆଇଫୋନ ୧୬ ପ୍ରୋ ମ୍ୟାକ୍ସ ସାମିଲ ଅଛି। ଏହା ପ୍ରଥମ ଥର ଯେତେବେଳେ ଆଇଫୋନର ନୂଆ ମଡେଲ ପୁରୁଣା ମଡେଲ ଅପେକ୍ଷା କମ ମୂଲ୍ୟରେ ଲଞ୍ଚ୍‌ ହୋଇଛି। ଏହି ଫୋନରେ ଅନେକ ନୂତନ ଏବଂ ଉତ୍କୃଷ୍ଟ ବୈଶିଷ୍ଟ୍ୟ ଯୋଡା ଯାଇଛି।

ଆଇଫୋନ ୧୬ର ପ୍ରାରମ୍ଭିକ ମୂଲ୍ୟ ୭୯,୯୦୦, ଯାହା ୧୨୮ଜିବି ଷ୍ଟୋରେଜ ସହିତ ଆସିଥାଏ। ଏହା ୨୫୬ ଜିବି ଏବଂ ୫୧୨ ଜିବି ପ୍ରକାର ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ୮୯,୯୦୦ ଏବଂ ୧,୦୯,୯୦୦। ଆଇଫୋନ ୧୬ ପ୍ଲସର ମୂଲ୍ୟ ୮୯,୯୦୦ରୁ ଆରମ୍ଭ ହେଉଛି ଏବଂ ଏହାର ୨୫୬ ଜିବି ଏବଂ ୫୧୨ ଜିବିର ମୂଲ୍ୟ ଯଥାକ୍ରମେ ୯୯,୯୦୦ ଏବଂ ୧,୧୯,୯୦୦ ରହିଛି।

ଆଇଫୋନ ୧୬ ପ୍ରୋ ୧,୧୯,୯୦୦ରୁ ଆରମ୍ଭ ହୋଇ ୧୨୮ଜିବି, ୨୫୬ଜିବି, ୫୧୨ଜିବି ଏବଂ ୧ଟିବି ପ୍ରକାରରେ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ୧,୨୯,୯୦୦, ୧,୪୯,୯୦୦ ଏବଂ ୧,୬୯,୯୦୦। ଆଇଫୋନ ୧୬ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୪୪,୯୦୦ରୁ ଆରମ୍ଭ ହୋଇଛି ଏବଂ ଏହାର ୫୧୨ ଜିବି ଏବଂ ୧ ଟିବି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୧,୬୪,୯୦୦ ଏବଂ ୧,୮୪,୯୦୦।

Share