ସୋନୁ ସୁଦ୍‌ଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ: ଅଭିନେତା କହିଲେ…

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି। ସେ କରୋନା ଆରମ୍ଭରୁ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଛନ୍ତି। ଲୋକେ ମଧ୍ୟ ସୋନୁଙ୍କୁ ଭଗବାନ ଆଖ୍ୟା ଦେଇଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶର ଚିତୁର ଜିଲାର ଶ୍ରୀକାଲାହସ୍ତିରେ ଲୋକେ ସୋନୁଙ୍କ ଫଟୋରେ କ୍ଷୀର ଢାଳିଛନ୍ତି। ସୋନୁଙ୍କ ପୋଷ୍ଟରକୁ କ୍ଷୀରରେ ଧୋଉଥିବା ଲୋକଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନୁ ସେହି ଭିଡିଓଗୁଡ଼ିକୁ ନିଜ ଟୁଇଟରରେ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥିତିରେ ସୋନୁ ସୁଦ ଲୋକଙ୍କୁ ମାଗଣା ସେବା କରିବାରେ ନିୟୋଜିତ ଅଛନ୍ତି।

Share