ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ

ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣି ଚାଲିଥିଲେ। ଆଇଟିଆରରେ ଇଞ୍ଜିନିୟରିଂ ପଢ଼ିବା ବେଳେ ୨୦୧୭ରେ ଫିଚର ଫିଲ୍ମ ‘କ୍ଷଣିକା’ ପାଇଁ ଦେଇଥିଲେ ଅଡିଶନ। ଏହାପରେ ଆରମ୍ଭ ହୋଇଯାଇଥିଲା ଓଡ଼ିଆ ଚଳଚ୍ଚିତ୍ରରେ ଯାତ୍ରା। ଓଡ଼ିଆ ସିନେମାର ସ୍ଥିତି ଠିକ୍‌ ନ ଥିବା ବେଳେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖାଇଛି ନୂଆ ଆଶା। ୨୦୨୨ରେ ତାଙ୍କର ୩ଟି ଚଳଚ୍ଚିତ୍ର ‘ଆଦିୟୁ ଗୋଦାର୍ଡ’, ‘ଦମନ’, ‘ପ୍ରତୀକ୍ଷା’ରେ ସେ ସିନେପ୍ରେମୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛନ୍ତି। ସେହିପରି କ୍ଷୁଦ୍ର ଚଳଚ୍ଚିତ୍ର ‘ବ୍ୟାସେ ଶୁଣୁଛ’ ମଧ୍ୟ ତାଙ୍କୁ ଆହୁରି ଲୋକପ୍ରିୟ କରାଇଛି। ଯାଦୁକରି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ଦ୍ୱୀପନ୍ବିତଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ମଞ୍ଚ ନାଟକରୁ ଚଳଚ୍ଚିତ୍ର ଯାତ୍ରା କିପରି ଥିଲା?
– ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ବହୁତ ଅଲଗା। ମୋ ପାଇଁ ନାଟକରେ ଅଭିନୟ ସହଜ ଥିଲା। କିନ୍ତୁ ଚଳଚ୍ଚିତ୍ର ପାଇଁ ଅନେକ ୱାର୍କଶପ୍‌ରେ ଯୋଗଦେଲା ପରେ ଧୀରେ ଧୀରେ ଶିଖିଲି। ଚଳଚ୍ଚିତ୍ରରେ ଅଭିନୟ ଗୋଟିଏ ଲମ୍ବା ପ୍ରକ୍ରିୟା। ଅନେକ କଳାକାର ନାଟକରେ ଭଲ ଅଭିନୟ କରିପାରନ୍ତି, କିନ୍ତୁ ଚଳଚ୍ଚିତ୍ରରେ କରିପାରନ୍ତିନି।
ଚଳଚ୍ଚିତ୍ରରେ ଦ୍ୱୀପନ୍ବିତ ସମ୍ବେଦନଶୀଳ ମନେହୁଅନ୍ତି, ବ୍ୟକ୍ତିଗତ ଜୀବନରେ?
– ଜାଣତରେ ହେଉ କି ଅଜାଣତରେ, ଚଳଚ୍ଚିତ୍ରରେ ନିଜସ୍ବ ପଣ ଆସିଯାଏ। ତାହା କେତେ ଭଲ କେତେ ଖରାପ ମୁଁ ଜାଣିନି। ପ୍ରତୀକ୍ଷା ଚଳଚ୍ଚିତ୍ରର ସଂଘର୍ଷ କାହାଣୀ ମୋ ଜୀବନର ସଂଘର୍ଷ ସହିତ ଖାପ ଖାଉଥିବା ଅନୁଭବ କରିପାରିଥିଲି। ଦେଖିବାକୁ ଗଲେ ବ୍ୟକ୍ତିଗତ ଜୀବନରେ ସେହି ସମ୍ବେଦନଶୀଳତା ଅଛି ବୋଲି ହିଁ ମୁଁ କରିଥିବା ଚରିତ୍ରଗୁଡ଼ିକରେ କିଛିମାତ୍ରାରେ ମୋର ଛାପ ଛାଡ଼ିପାରିଛି।
‘ଦମନ’ ଚଳଚ୍ଚିତ୍ରରେ ସହକଳାକାର ଏବଂ ‘ପ୍ରତୀକ୍ଷା’ରେ ମୁଖ୍ୟ ଭୂମିକାରେ ଅଭିନୟ, ଆପଣଙ୍କୁ କେଉଁଟା ବେଶି ଭଲ ଲାଗିଥିଲା?
– ନିଜ କାମକୁ ମୁଁ ଏତେ ମାତ୍ରାରେ ସମୀକ୍ଷା କରିପାରେନି। କିନ୍ତୁ ମୋର ପୁରୁଣା କାମ ଦେଖିଲେ ଲାଗେ ବହୁତ କିଛି ଭଲ ହୋଇପାରିଥାନ୍ତା। ଦମନ ବେଳେ ଲାଗିଥିଲା ଆଉ ଟିକେ ଭଲ ହୋଇପାରିଥାନ୍ତା, ଯଦି ମୋତେ ଆଉ ଟିକେ ସମୟ ମିଳି ପାରିଥାନ୍ତା। ସେହିପରି ପ୍ରତୀକ୍ଷା ରିଲିଜ୍‌ ସମୟକୁ ଦେଖିଲେ ଲାଗେ ଟିକେ ପୁରୁଣା ହୋଇଗଲା। ଦମନ ହେଉ କି ପ୍ରତୀକ୍ଷା, ଲୋକଙ୍କ ମନକୁ ଛୁଇଁପାରିଲା ଭଳି ମୁଁ ଶତ ପ୍ରତିଶତ ଉଦ୍ୟମ କରିଥିବା ମୋତେ ଲାଗେନି। କହିବାକୁ ଗଲେ ଆଉ ଟିକେ ଭଲ କରିବାର ସମ୍ଭାବନାଟା ସବୁବେଳେ ମୋ ଭିତରେ ରହୁଛି।
-ଆପଣଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଗମ୍ଭୀର। ଆପଣ ଭାବୁଛନ୍ତି କି ଏଭଳି କିଛି ଚରିତ୍ର ପାଇଁ ହିଁ ଆପଣଙ୍କୁ ବଛାଯାଉଛି?
– ମୁଁ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ସେମିତି ହିଁ କିଛି। ସବୁଠି ଗୋଟେ ସେ ଭାରିପଣର କଥା ଆସେ। ସେଥିପାଇଁ ବୋଧହୁଏ ଦର୍ଶକଙ୍କୁ ସେମିତି ଲାଗିଥାଇପାରେ।
ଆପଣଙ୍କ ଶାରୀରିକ ଗଠନ ପାଇଁ କେବେ କିଛି ସାମ୍ନା କରିଛନ୍ତିି?
– ହଁ। ଏମିତି ବି ଅନେକ ସମୟରେ ପ୍ରୋଜେକ୍ଟ ମଧ୍ୟ ହାତରୁ ଯାଇଛି। ଆଉ ଟିକେ ଡେଙ୍ଗା ହୋଇଥିଲେ ମ୍ୟାଚ୍‌ ହୋଇଥାନ୍ତା। ଆଉ ଟିକେ ପତଳା ହୋଇଥିଲେ ସେ ଚରିତ୍ର ସହ ଖାପ ଖୁଆଇଥାନ୍ତା। ତାହା ନିର୍ମାତାଙ୍କ ପସନ୍ଦ। ଆମ ହାତରେ ନ ଥାଏ। ଯାହା ମିଳୁଛି ସେ ନେଇ କ’ଣ କରିହେବ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ।
ଚଳଚ୍ଚିତ୍ର କରିବା ପୂର୍ବରୁ ସ୍କ୍ରିପ୍ଟକୁ ଧ୍ୟାନ ଦିଅନ୍ତି ନା ଚରିତ୍ରକୁ?
– ସ୍କ୍ରିପ୍ଟକୁ ଧ୍ୟାନ ଦେଇଥାଏ।
ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ କ’ଣ ସବୁ ହେବା ଆବଶ୍ୟକ ବୋଲି ଭାବୁଛନ୍ତି?
– ଓଡ଼ିଶାରେ ଫିଲ୍ମ, ୱେବସିରିଜ, ଫିଚର ଫିଲ୍ମ, ମ୍ୟୁଜିକ୍‌ ଭିଡିଓ ସବୁ କିଛି ଚାଲିଛି। କିନ୍ତୁ ଦକ୍ଷତାର ଅଭାବ ରହିଛି। ଯାହା ଉପରେ କେହି କଥା ହେଉନାହାନ୍ତି। ବହୁତ ଜଣ ଆସୁଛନ୍ତି, ଅନେକ କାମ ହେଉଛି। କିନ୍ତୁ ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ଭିତରେ ଫରକ ରହିଛି। ଦକ୍ଷତା ପରୀକ୍ଷା ଉପରେ କିଛି ଧ୍ୟାନ ଦିଆଯାଉନାହିଁ। ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ହୋଇ ଚାଲିଛି। ୱାର୍କଶପ୍‌ ହେବା ଆବଶ୍ୟକ। ବାହାରେ କ’ଣ ଚାଲିଛି ସେସବୁକୁ ବି ନଜରରେ ରଖିବା ଆବଶ୍ୟକ। ବ୍ୟକ୍ତିଗତ ସ୍ତରରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଚେଷ୍ଟା କରିବା ଉଚିତ।
ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ହେଉଥିବା ତର୍କ ସମ୍ପର୍କରେ କ’ଣ କହିବେ?
– ଏହା ବ୍ୟବସାୟ ଭଳି ହିଁ ଅନୁଭବ ହୁଏ। ମୋତେ ଲାଗେ ଏହା କଳୁଷିତ ହୋଇ କି ଅଛି। ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ ସେତିକି ଇଚ୍ଛା।
ଅନ୍ୟ କେଉଁଥିରେ ରୁଚି ରହିଛି?
– ଲେଖାଲେଖି କରିବାକୁ ଭଲ ଲାଗେ। ପଢ଼ିବାକୁ ବି। ତା’ ଛଡ଼ା ଗୀତ ପ୍ରତି ଦୁର୍ବଳତା ଅଛି। ଆଗରୁ ମ୍ୟୁଜିକ କ୍ୟାସେଟ୍‌ ସଂଗ୍ରହ କରି ରଖୁଥିଲି। ଏବେ କେତେ ନୂଆ ଗୀତ ଆସୁଛି, ଅଲଗା ଅଲଗା ଭାଷାରେ ଶୁଣିବାକୁ ଭଲ ଲାଗେ।
କ’ଣ ଖାଇବାକୁ ପସନ୍ଦ କରନ୍ତି?
-ଘରେ ରନ୍ଧା ଭାତ, ଡାଲମା।
କେଉଁ ରଙ୍ଗ ପସନ୍ଦ, କ’ଣ ପିନ୍ଧିବାକୁ ଭଲ ଲାଗେ?
-କଳା ଓ ନୀଳ। ଜିନ୍ସ ସହ ଟି-ଶାର୍ଟ ପିନ୍ଧିବାକୁ ଭଲ ଲାଗେ।
ଅଭିନୟ କ୍ଷେତ୍ରରେ କିଛି ଅଭୁଲା ମୁହୂର୍ତ୍ତ?
-ଦମନ ଚଳଚ୍ଚିତ୍ର ବେଳେ ଗଁା ଗଁା ବୁଲି ଲୋକଙ୍କ ସହ ମିଶିବାର ସମୟ। ସେହିପରି ପ୍ରତୀକ୍ଷା ଯେତେବେଳେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଅଫ୍‌ ଇଣ୍ଡିଆରେ ମନୋନୀତ ହେଲା। ସେହି ସମୟରେ ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ମାତା ଅନୁପମ ଖେର୍‌ ଏହାର ରିମେକ୍‌ ପାଇଁ କହିଥିଲେ, ସେହି ମୁହୂର୍ତ୍ତ ସ୍ବତନ୍ତ୍ର ଅଟେ।
ଓଲିଉଡ୍‌ରେ ପ୍ରିୟ ଅଭିନେତା ଓ ଅଭିନେତ୍ରୀ?
– ଚୌଧୁରୀ ଜୟପ୍ରକାଶ ଦାଶ, ହର ରଥ ଭଲ ଲାଗନ୍ତି। ଅପରାଜିତା ମହାନ୍ତି, ଅନୁ ଚୌଧୁରୀଙ୍କ ଅଭିନୟ ଭଲ ଲାଗେ।
ବର୍ତ୍ତମାନ ସମୟର କେହି ପ୍ରିୟ ଅଭିନେତ୍ରୀ?
-ଅଭିନେତ୍ରୀଙ୍କୁ ନେଇ କିମ୍ବା ସେମାନଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବା ଭଳି ଚଳଚ୍ଚିତ୍ର ନାହିଁ। ଓଡ଼ିଶାରେ ଅଭିନେତ୍ରୀମାନଙ୍କୁ ନେଇ ଭଲ ସିନେମା ଏବେ କିଛି ହେଉନାହିଁ। କିଛି ସେମିତି ସିନେମା ଆସିଲେ ହିଁ କାହା ଅଭିନୟ ଭଲ କହିହେବ। ସୂର୍ଯ୍ୟମୟୀଙ୍କ ଭଳି କିଛି ଅଭିନେତ୍ରୀ ଭଲ କରିପାରିବେ।

– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର

 


Enter your email to get our daily news in your inbox.

All Right Reserved By Dharitri.Com

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri