Advertisement

ନିଜର ବିଜ୍ଞାପନ ପାଇଁ ଫଶିଗଲା ପାକିସ୍ତାନୀ ଏୟାରଲାଇନ୍ସ: ଟୁଇଟରରେ ୟୁଜର୍ସଙ୍କ ବିରୋଧ

ଇସଲମାବାଦ,୨।୫: କିଛି ଦିନରୁ ପାକିସ୍ତାନ ଚାରିଆଡୁ ସମସ୍ୟାରେ ପଡ଼ିଥିବା ବେଳେ ଏବେ ତାର ଏୟାରଲାଇନ୍ସ ବିବାଦ ଘେରକୁ ଚାଲିଆସିଛି। ସୂଚନାଯୋଗ୍ୟ, ପାକିସ୍ତାନୀ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ନୁଆ ବ୍ରେକଫାଷ୍ଟର ବିଜ୍ଞାପନ ବାହାର କରିଛି, ଯାହାକୁ ଦେଖି ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ନିକଟରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସ(ପିଆଇଏ) ଏକ ବିଜ୍ଞାପନ ଜାରି କରିଛି। ଯେଉଁଥିରେ ଚିଜ୍‌ ଆମ୍‌ଲେଟ, ସସ୍‌ ଓ ବିନ୍‌ର ଫଟୋ ଦେଖିବାକୁ ମିଳିଛି। ଏଥିସହ ଏୟାରଲାଇନ୍ସର ବ୍ରେକଫାଷ୍ଟରେ ‘ଘରର ଖାଦ୍ୟ ଉପଲବ୍ଧ ହେବ’ ବୋଲି ଲେଖାଯାଇଛି। ଅପରପକ୍ଷରେ ପିଆଇଏ ଟୁଇଟ କରି କହିଛି ‘ଯେତେବେଳେ ଆପଣ ତାକୁ ଭାବିବାକୁ ଆରମ୍ଭ କରିବେ ସେତେବେଳେ ଆମେ ଆପଣଙ୍କୁ ଘରର ସ୍ବାଦ ସହ ଉପଲବ୍ଧ କରାଇବୁ’। ସେଥିରେ ଟିକେ ଲୁଣ ଓ ଗୋଲମରିଚ ପକାଇ ଶୁଭ ସକାଳର ସ୍ବାଗତ ପାଇଁ ସ୍ବାଦିଷ୍ଟ ଭୋଜନ ଆପଣଙ୍କୁ ସର୍ଭ କରିବୁ। ଏୟାରଲାଇନ୍ସର ଏହି ଟୁଇଟ ପରେ ଗୋଟିଏ ପରେ ଗୋଟିଏ ସୋସିଆଲ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ୟୁଜର୍ସ କହିଛନ୍ତି ଏହି ଖାଦ୍ୟ ବିଲକୁଲ ପାକିସ୍ତାନୀ ନୁହେଁ। କିଏ କହୁଛି ସସ୍‌ ଓ ବିନ୍ସ ପାକିସ୍ତାନର ପାରମ୍ପରିକ ଖାଦ୍ୟ ବୋଲି। ଆପଣମାନଙ୍କୁ ସାଂସ୍କୃତିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ବୋଲି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି। ଅପରପକ୍ଷରେ ଆଉ ଜଣେ ୟୁଜର୍ସ ଏୟାରଲାଇନ୍ସକୁ କହିଛନ୍ତି, ଖାଇବାରେ ‘ଅଣ୍ଡା ପରାଠା’ ଦରକାର। ଆଉ ଅନ୍ୟ ଜଣେ ୟୁଜର୍ସ ଏହି ଖାଦ୍ୟକୁ ବ୍ରିଟିଶମାନଙ୍କର ପସନ୍ଦ। ହଲଓ୍ବା ପୁରୀ ନୁହେଁ। ଲୋକେ ଏହାକୁ ଇଂରେଜଙ୍କ ଖାଦ୍ୟ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share