ରିଲ୍‌ ହେଉ କି ରିୟଲ ଐଶ୍‌ଙ୍କୁ ଆଜି ବି କପି କରନ୍ତି ଲୋକେ, ଜାଣନ୍ତୁ କାହିଁକି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯାହା ବି ପିନ୍ଧନ୍ତି ଖୁବ୍‌ ସୁନ୍ଦର ଦେଖାଯା’ନ୍ତି। ସବୁଠୁ ଆକର୍ଷଣୀୟା ଦେଖାଯାଉଥିଲେ ତାଙ୍କ ବିବାହ ସମୟରେ। ଏପରିକି ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ରିଲ୍‌ରେ ହେଉ କି ରିୟଲରେ ସେ ଯାହା ବି ପିନ୍ଧନ୍ତି ତାଙ୍କ ଉପରୁ ଲୋକଙ୍କ ନଜର ହଟେନାହିଁ। ତାଙ୍କର ଆଇକନିକ୍‌ ଲୁକ୍‌ ଏବଂ ଡ୍ରପ୍‌ଡାଉନ୍‌ ଲୁକ୍‌କୁ ଲୋକେ ଆଜି ବି ଅନୁକରଣ କରୁଛନ୍ତି। ଐଶ୍‌ ଏବେ ଫିଲ୍ମଠାରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା କମିନାହିଁ। ଅନ୍ତର୍ଜାତୀୟ ରେଡ୍‌ କାର୍ପେଟଠାରୁ ଆରମ୍ଭ କରି ପୁରସ୍କାର ମହୋତ୍ସବ ପର୍ଯ୍ୟନ୍ତ ସବୁଠି ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରିଥାନ୍ତି। ବିଶେଷକରି ତାଙ୍କ ଷ୍ଟାଇଲିଶ ପୋଷାକ ପ୍ରତି ସମସ୍ତଙ୍କ ନଜର।


୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କ ସହ ଐଶ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ସମୟରେ ତାଙ୍କର ଆଉଟ୍‌ଫିଟ୍‌ ଆଜି ବି ଚର୍ଚ୍ଚାରେ। ୧୩ ବର୍ଷ ତଳେ ଐଶ୍ୱର୍ଯ୍ୟାଙ୍କ ମେହନ୍ଦୀ ଉତ୍ସବ ପାଳନ ହୋଇଥିଲା। ଏହି ସମୟରେ ସେ ପିଙ୍କ୍‌ କଲରର ଏକ ଲେହେଙ୍ଗା ପିନ୍ଧିଥିଲେ। ଯାହାକୁ ନୀତା ଲୁଲା ଡିଜାଇନ୍‌ କରିଥିଲେ। ଡିପ୍‌ ବ୍ଲାଉଜ ସ୍ଥାନରେ ଐଶ୍ୱର୍ଯ୍ୟା ସିମ୍ପଲ ସ୍ଲିପ୍‌ସ ବ୍ଲାଉଜ ପିନ୍ଧିଥିଲେ। ଏଥିରେ ବି ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

ସେହିପରି ସୁନା ଏବଂ ଡାଏମଣ୍ଡର ଅଳଙ୍କାର ପରିବର୍ତ୍ତେ ଫ୍ଲୋରାଲର ଗହଣା ପିନ୍ଧିଥିଲେ। ଯାହାର ଆଜି ବି ଡିମାଣ୍ଡ ରହିଛି। ବେକରେ ଏକ ଲମ୍ବା ହାର, କାନରେ ଝୁମୁକା, ହାତରେ ବାଜୁ ଏବଂ ମଥାମଣି ପିନ୍ଧିଥିଲେ। ଐଶ୍‌ଙ୍କ ଏହି ଲୁକ୍‌ ଆଜି ପର୍ଯ୍ୟନ୍ତ କାହା ମନରୁ ଲିଭିନାହିଁ।


ବିବାହ ପରେ ପରିବାର ସହ ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ତିରୁପତି ବାଲାଜୀ ପୂଜା କରିବାକୁ ଯାଇଥିଲେ ଐଶ୍‌। ଏହି ଶାଢ଼ିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏକ ଲାଲ୍‌ ରଙ୍ଗର କାଞ୍ଜିବରମ ଶାଢ଼ି ସେ ପିନ୍ଧିଥିଲେ। ଐଶ୍ୱର୍ଯ୍ୟାଙ୍କ ଏହି ଲୁକ୍‌କୁ ଅନ୍ୟମାନେ ଆଜି ବି କପି କରୁଛନ୍ତି।

Share