ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ

ହାଟଡ଼ିହୀ, ୭l୨(ଶୁଭକାନ୍ତ ନାୟକ):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍‌ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିପିଏମ ମଧୁସ୍ମିତା ଦାସ, ସୁଶାନ୍ତ ଜେନା, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ ଏବଂ ଅନ୍ୟ ବ୍ଲକ୍‌ କର୍ମଚାରୀ, ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ମାତ୍ର କାର୍ଯ୍ୟକ୍ରମରେ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ, ଅନ୍ୟ ଲୋକ ପ୍ରତିନିଧିମାନେ ଅନୁପସ୍ଥିତ ଥିଲେ। ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ ଅଳ୍ପ କିଛି ସମୟ ପାଇଁ ବୈଠକରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ଭାଷଣ ଆରମ୍ଭ କରିବା ମାତ୍ରେ ବ୍ଲକ୍‌ର କିଛି କର୍ମଚାରୀ ଉପସ୍ଥିତ ମହିଳା ଏବଂ ପୁରୁଷ ଲୋକଙ୍କୁ ଭୋଜନ ନିମନ୍ତେ ଡାକିଥିଲେ। ଫଳରେ ଲୋକେ ଭୋଜନ କରିବାକୁ ଚାଲି ଯାଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ଅଧିକାଂଶ ନ ଥିଲେ। ଚେୟାର ଫାଙ୍କା ପଡିଥିଲା। କେବଳ ବିଡିଓ, ହାତ ଗଣତି ଲୋକ ପ୍ରତିନିଧି ଏବଂ ବ୍ଲକ୍‌ କର୍ମଚାରୀ ଆଗ ଧାଡିରେ ବସିଥିଲେ। ଲୋକମାନଙ୍କୁ ବିଡିଓ ବାରମ୍ବାର ବସିବାକୁ ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ଏମ୍‌ପିଙ୍କ ପ୍ରତିନିଧି, ବିଡିଓ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଏପରି ଦୃଶ୍ୟ ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ନିଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି କିଛି ବ୍ଲକ୍‌ କର୍ମଚାରୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପ୍ରରୋଚନାରେ ଚକ୍ରାନ୍ତ କରି ଏପରି କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବିଡିଓ ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଏଠାକୁ ନୂଆ ଭାବେ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ କାହିଁକି ଲୋକମାନେ ଉଠିକି ପଳାଇଲେ ଠିକ ଭାବେ କହି ପାରିବିନି। ଘଟଣା ସମ୍ପର୍କରେ ବୁଝିଲେ ଯାହା କିଛି କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image