ଭୋଟର ପରିଚୟପତ୍ର ପାଇଁ ଲୋକେ ହଇରାଣ

କଟକ ଅଫିସ,୨୭ା୧୧: ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଉଛି। ସାଧାରଣ ଲୋକେ ଆଉ ସରକାରୀ ଦପ୍ତରରେ ଦୀର୍ଘଦିନ ଅଥବା ଦୀର୍ଘ ସମୟ ଅପେକ୍ଷା କରିବାର ଆବଶ୍ୟକତା ପଡ଼ୁନାହିଁ। ମାତ୍ର ଭୋଟର ପରିଚୟପତ୍ର କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇଛି ଯାହା ସାଧାରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି। ଅନ୍‌ଲାଇନ୍‌ରେ ଭୋଟର କାର୍ଡ ଡାଉନ୍‌ଲୋଡ୍‌ ହେବା ପାଇଁ ସମସ୍ୟା ଉପୁଜିଛି, ଯାହାର ପ୍ରମୁଖ କାରଣ ମୋବାଇଲ ନମ୍ବର ହୋଇଛି।

ପ୍ରକାଶ ଯେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତି ଅନୁସାରେ କଟକ ଜିଲାରେ ନୂତନ ଭୋଟର ପଞ୍ଜୀକରଣ, ପୁରୁଣା ଭୋଟର ପରିଚୟପତ୍ର ସଂଶୋଧନ, ଭୋଟର ସହ ଆଧାର ସଂଯୋଗୀକରଣ ଆଦି କାର୍ଯ୍ୟ କରାଯାଉଛି। ପୂର୍ବରୁ ବର୍ଷକୁ ମାତ୍ର ଥରେ ଭୋଟର ପରିଚୟପତ୍ର ସଂକ୍ରାନ୍ତ କାର୍ଯ୍ୟ କରାଯାଉଥିଲା। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବର୍ଷକୁ ୪ ଥର ଏହି ସମସ୍ତ କାର୍ଯ୍ୟ କରାଯିବ। ପୂର୍ବରୁ କେବଳ ଜାନୁୟାରୀ ୧ ତାରିଖ ସୁଦ୍ଧା ବୟସ ୧୮ ବର୍ଷ ହେବା ବାଞ୍ଛନୀୟ ଥିଲା। ହେଲେ ଏଣିକି ଜାନୁୟାରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସର ପହିଲା ସୁଦ୍ଧା ୧୮ ବର୍ଷ ହେଉଥିଲେ ସେମାନେ ଭୋଟର ତାଲିକାରେ ନିଜ ପଞ୍ଜୀକରଣ କରାଇବାର ସୁଯୋଗ ପାଇବେ। ଏବେ ନଭେମ୍ବର ୯ରୁ ଡିସେମ୍ବର ୮ ତାରିଖ ଯାଏ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଚାଲିଛି। ଏହାଦ୍ୱାରା ନୂତନ ଭୋଟର ପଞ୍ଜୀକରଣ ମାଧ୍ୟମରେ ଯୁବବର୍ଗ ନିଜ ନାମ ଭୋଟର ତାଲିକାରେ ସାମିଲ କରିବେ। ହେଲେ ଏସବୁ ମଧ୍ୟରେ ପୁରୁଣା ଭୋଟରମାନେ ଅଡ଼ୁଆରେ ପଡ଼ିଛନ୍ତି। ଆଗରୁ ଭୋଟର ତାଲିକା ଯେନତେନ ପ୍ରକାରେ ପ୍ରସ୍ତୁତ କରିଦିଆଯାଇଥିଲା। ମାତ୍ର ଏବେ ଆଧାର କାର୍ଡ ସହ ସଂଯୋଗ ହେଉଥିବାରୁ ନିଜ ନାମ, ବାପାଙ୍କ ନାମ, ଜନ୍ମ ତାରିଖ, ଠିକଣା ଆଦି ତଥ୍ୟରେ କୌଣସି ତାଳମେଳ ରହୁ ନ ଥିବା ପରିଲକ୍ଷିତ ହେଉଛି। ସେସବୁ ସଂଶୋଧନ କରିବା ପାଇଁ ଅବଶ୍ୟ ଅନ୍‌ଲାଇନ୍‌ରେ ସୁବିଧା ରହିଛି ଏବଂ ସରକାରୀ ଅଧିକାରୀ ବା କର୍ମଚାରୀମାନେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯାଇ ଏହି କାର୍ଯ୍ୟ କରାଉଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ହେଲା, ମୋବାଇଲ ଓଟିପି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ଆଧାର କାର୍ଡ ଅନ୍‌ଲାଇନ୍‌ରୁ ଡାଉନଲୋଡ୍‌ ହୋଇପାରୁଥିବାବେଳେ ଭୋଟର ପରିଚୟପତ୍ର କ୍ଷେତ୍ରରେ ସେପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ। କେବଳ ନୂତନ ଭୋଟରମାନେ ଏକକ ମୋବାଇଲ ନମ୍ବର ଯୋଡ଼ିଥିଲେ ଭୋଟର କାର୍ଡ ଡାଉନଲୋଡ୍‌ କରିପାରୁଛନ୍ତି। ଅର୍ଥାତ୍‌ ଏକାଧିକ ଲୋକଙ୍କ ଭୋଟର ପରିଚୟପତ୍ର ସହ ଗୋଟିଏ ମୋବାଇଲ ନମ୍ବର ସଂଯୋଗ ହୋଇଥିଲେ ଭୋଟର କାର୍ଡ ଅନ୍‌ଲାଇନ୍‌ରୁ ଡାଉନଲୋଡ୍‌ ହୋଇପାରୁନାହିଁ। ଅନେକ ପରିବାର ଅଛନ୍ତି ଯାହାଙ୍କ ପାଖରେ ଆଦୌ ମୋବାଇଲ ଫୋନ୍‌ ନାହିଁ ଅଥବା ଗୋଟିଏ ମାତ୍ର ମୋବାଇଲ ଫୋନ୍‌ ରହିଛି। ସେମାନଙ୍କ ପାଇଁ ଭୋଟର କାର୍ଡ ସହ ଏହି ଏକକ ମୋବାଇଲ୍‌ ସଂଯୁକ୍ତି ସ୍ବପ୍ନ ପାଲଟିଛି। ଅନ୍ୟପକ୍ଷରେ ଏନେଇ କଟକ ସଦର ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି, ସରକାରଙ୍କ ପକ୍ଷରୁ ଲୋକଙ୍କୁ ଭୋଟର ପରିଚୟପତ୍ର ଯୋଗାଇ ଦିଆଯାଉଛି। ତେବେ ଅନ୍‌ଲାଇନ୍‌ରେ ଭୋଟର କାର୍ଡ ଡାଉନ୍‌ଲୋଡ୍‌ ହେବା କେବଳ ନୂତନ ଭୋଟରଙ୍କ କ୍ଷେତ୍ରରେ ହେଉଛି। ପୁରୁଣା ଭୋଟରଙ୍କ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଯାହା ସରକାର କରିବେ ତାହା ଉପଲବ୍ଧ ହୋଇପାରିବ।

କିନ୍ନର, ଯୌନକର୍ମୀଙ୍କୁ ମିଳିବ ଭୋଟର ପରିଚୟପତ୍ର
କଟକ ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ନୂତନ ଭୋଟର ପରିଚୟପତ୍ର ଅଭିଯାନରେ କିନ୍ନର ଓ ଯୌନକର୍ମୀଙ୍କୁ ସାମିଲ କରିବାକୁ ପ୍ରୟାସ ଚାଲିଛି। ବିଭିନ୍ନ ସାମାଜିକ ସଙ୍ଗଠନ ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ସାମାଜିକ ସ୍ରୋତରେ ମିଶାଇବାର ଉଦ୍ୟମ ହେଉଛି। ଶିଖରପୁର ଅଞ୍ଚଳରେ ରହୁଥିବା କେତେଜଣ କିନ୍ନରଙ୍କୁ ପ୍ରାଥମିକ ଅବସ୍ଥାରେ ଭୋଟର ତାଲିକାରେ ସାମିଲ କରାଯିବ ବୋଲି କଟକ ସଦର ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri