Categories: ଫୁରସତ

ହାଡ଼ଭଙ୍ଗା ଶୀତରେ ଏଠାରେ ଲୋକେ କରନ୍ତି ବରଫ ସ୍ନାନ, କାରଣ ଜାଣିଲେ…

ଏ ହାଡ଼ଭଙ୍ଗା ଶୀତରେ, ଯଦି ଆପଣଙ୍କୁ କେହି ବରଫରେ ସ୍ନାନ କରିବାକୁ କୁହେ, ତେବେ ନିଶ୍ଚିତ ପଛଘୁଞ୍ଚା ଦେବେ। ମାତ୍ର ଜାପାନର ଲୋକମାନେ ବର୍ଷ ଆରମ୍ଭରେ ବରଫ ପାଣିରେ ସ୍ନାନ କରନ୍ତି। ଏହି କାର୍ଯ୍ୟକ୍ରମରେ ୨୫ରୁ ୭୫ ବର୍ଷ ପର୍ଯ୍ୟନ୍ତ ଲୋକ ଭାଗ ନେଇଥାନ୍ତି। ସେମାନେ ବିଶ୍ୱାସ କରନ୍ତି, ଏହି ବରଫ ସ୍ନାନ କରିବା ଦ୍ୱାରା ସେମାନେ ପାପରୁ ମୁକ୍ତି ପାଇବେ ଏବଂ ଶରୀର ଶୁଦ୍ଧ ହେବ।

ଟୋକିଓର କାନ୍ଦା ମାୟୋଜିନ ମନ୍ଦିରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଏଠାରେ ଶହ ଶହ ଲୋକ ପହଞ୍ଚିଥିଲେ। ପୁରୋହିତ ସ୍ନାନ କରିବା ମାତ୍ରେ ଲୋକମାନେ ସେମାନଙ୍କର ପୋଷାକ କାଢ଼ି କାଠ ପାତ୍ରରେ ରଖାଯାଇଥିବା ବରଫ ପାଣିରେ ଗାଧୋଇଥିଲେ। ପ୍ରାୟ ଛଅ ମିନିଟ୍‌ ସ୍ନାନ କରିବା ପରେ, ଏହି ଲୋକମାନେ ବାହାରକୁ ଆସି ପୂଜା କଲେ ଏବଂ ପରେ ଜୋରରେ ନାଚିଲେ।

ଏହି ଲୋକମାନଙ୍କୁ ପଚରାଯିବାରୁ ସେମାନେ କୁହନ୍ତି, ଥଣ୍ଡା ଅନୁଭବ କରନ୍ତି ନାହିଁ। ଜଣେ ମହିଳା କହିଛନ୍ତି, ଥଣ୍ଡା ଅନୁଭବ କରିବା ପରିବର୍ତ୍ତେ ମୋର ଆଙ୍ଗୁଠିରେ ଆଘାତ ଲାଗିଛି। କିନ୍ତୁ ଯେତେବେଳେ ଏହି ଯନ୍ତ୍ରଣା ଶେଷ ହୁଏ ମୁଁ ସତେଜ ଅନୁଭବ କଲି। ମୁଁ ଭାବୁଛି ଆମ ପାଇଁ ଏହି ବର୍ଷ ଭଲରେ କଟିବ। ସେହିପରି ୬୨ ବର୍ଷର ଜଣେ ବୃଦ୍ଧ କହିଛନ୍ତି, ପାଣି ବହୁତ ଥଣ୍ଡା ଥିଲା, ମୋ ମନ ଥରି ଉଠିଲା। କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଏହା ଏକ ନୂଆ ବର୍ଷ ଏବଂ ଭଲ ସମୟ ଆସିବାକୁ ଯାଉଛି। ଆଉ ଜଣେ ବ୍ୟକ୍ତି କହିଥିଲେ, ସେ ଭଗବାନଙ୍କ ଆଶୀର୍ବାଦ ପାଇଛନ୍ତି। ସେହି ସମୟରେ ସେ ଆଦୌ ଥଣ୍ଡା ଅନୁଭବ କରନ୍ତି ନାହିଁ।

Share