ବରଗଡ଼ ଅଫିସ/ଅମ୍ବାଭୋନା,୩୧।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ହିତାକାଂକ୍ଷୀ ପ୍ରଧାନଙ୍କୁ ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ବଦଳି ହୋଇଛି। ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତାଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବିରେ ମଙ୍ଗଳବାର ସକାଳୁ ଅମ୍ବାଭୋନା, ଭୁକ୍ତା ଅଞ୍ଚଳର ସଚେତନ ନାଗରିକମାନେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ ହୋଇଥିବା ଯୋଗୁ ବରଗଡ଼-ଛତିଶଗଡ଼ ରାସ୍ତାରେ ଯାତାୟତ ବିଚ୍ଛିନ୍ନ ହୋଇ ଯାଇଛିି। ରାସ୍ତାର ଉଭୟ ପାଶର୍ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି।