ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ପକାନ୍ତି ଲୋକେ…

ଆଜମେର,୨୬।୧୦ : ରାଜସ୍ଥାନରେ ଏପରି ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟ ବିତିବା ସହିତ ଏହି ପରମ୍ପରାଗୁଡ଼ିକର ପ୍ରକୃତି ମଧ୍ୟ ବଦଳି ଯାଇଛି। ଅଜମେରର କେକେଡିରେ ଖେଳାଯାଉଥିବା ଏପରି ଏକ ପରମ୍ପରା ଲୋକଙ୍କ ପାଇଁ ବିପଦର୍ପୂ୍‌ଣ୍ଣ ହୋଇପଡୁଛି। ଏଠାରେ ଦୀପାବଳିର ପରଦିନ ଲୋକମାନେ ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରେ ବାଣ ଫିଙ୍ଗନ୍ତି। ଏହି କାରଣରୁ ବହୁ ଲୋକ ଆହତ ହୋଇଥାନ୍ତି। ଏହି ମାରାତ୍ମକ ଖେଳ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ୱେ ମଧ୍ୟ ଲୋକେ ଏହାକୁ ଅଣଦେଖା କରି ଏହି ପରମ୍ପରା ପାଳନ କରିଥାନ୍ତି।

ଏହି ପରମ୍ପରା ଅଜମେରର କେକେଡି ସହରରେ ପାଳନ କରାଯାଏ। ଗଣେଶ ପ୍ୟାଉରେ ପ୍ରଭୁ ଭୈରବଙ୍କର ଏକ ପ୍ରାଚୀନ ମନ୍ଦିର ଅଛି। ଗୋବର୍ଦ୍ଧନ ପୂଜାରେ ଦୀପାବଳିର ଗୋଟିଏ ଦିନ ପରେ ଏଠାରେ ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପରମ୍ପରା ପାଳନ କରାଯାଇଥାଏ। ଘାସରେ ଭୈରବଙ୍କର ଏକ ପ୍ରତିମା ତିଆରି କରାଯାଇଥାଏ। ପ୍ରତିମାକୁ ବଳଦ ଉପରେ ରଖି ସହର ପରିକ୍ରମା କରାଯାଇଥାଏ। ବଳଦଙ୍କୁ ଚଳାଇବା ପାଇଁ ବାଣରେ ନିଆଁ ଲଗାଇ ସେମାନଙ୍କ ଗୋଡ ପାଖକୁ ଫିଙ୍ଗା ଯାଇଥାଏ। ଫଳରେ ବଳଦମାନେ ଦୌଡ଼ିବା ଆରମ୍ଭ କରନ୍ତି। ଏହାପରେ ଲାକମାନେ ପରସ୍ପର ଉପରକୁ ବାଣ ଫୋପାଡିବା ଆରମ୍ଭ କରନ୍ତି। ଲୋକମାନେ ଦୁଇଟି ଗୋଷ୍ଠୀ ଗଠନ କରନ୍ତି ଏବଂ ପରସ୍ପର ଉପରକୁ ବାଣ ପକାନ୍ତି। ଏହି ସମୟରେ କେତେକ ଲୋକ ମଧ୍ୟ ଆହତ ହୁଅନ୍ତି।

ଗୋବର୍ଦ୍ଧନ ପୂଜା ଦିନ କେକଡିରେ ପୋଲିସ ଫୋର୍ସ ମୁତୟନ କରାଯାଇଥାଏ। ତେବେ ପୋଲିସଙ୍କୁ ଏଡାଇବା ପାଇଁ ଲୋକମାନେ ରାତିରେ ପରସ୍ପର ଉପରେ ବାଣ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri