Categories: ଜାତୀୟ

ମାଗଣା ପାଇବେ ବିଦ୍ୟୁତ୍‌ ସେବା, ଶୀଘ୍ର କରିନିଅନ୍ତୁ ଆବେଦନ

ନୂଆଦିଲ୍ଲୀ,୮।୭: ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ତେବେ ଏହାର ଲାଭ ଉଠାଇବାକୁ ହେଲେ ଏକ ଫର୍ମ ପୂରଣ କରିବାକୁ ହେବ । ତେବେ ଆପଣ ଉତ୍ତର ପ୍ରଦେଶ ଅଧିବାସୀ ହୋଇଥିଲେ ହିଁ ଏହି ଯୋଜନାର ଲାଭ ପାଇପାରିବେ। ୪ କିଲୋୱାଟ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଲୋକଙ୍କୁ ଏହି ସୁବିଧା ଲାଭ ମିଳିପାରିବ। ଏହି ଯୋଜନାରେ ସାମିଲ ହେବାକୁ ବହୁ ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଖାଲି ସେତିକି ନୁହେଁ, ଗ୍ରାମାଞ୍ଚଳ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ସାମିଲ ହେବାକୁ ଆପଣ ଫର୍ମର ଏକ ପ୍ରିଣ୍ଟ ବାହାର କରି ଏହାକୁ ପୂରଣ କରିବାକୁ ହେବ । ଏହାପରେ ନିକଟସ୍ତ ବିଦ୍ୟୁତ୍‌ ଅଫିସରେ ଏହି ଫର୍ମ ଦାଖଲ କରିପାରିବେ କିମ୍ବା ଅଫିସିଆଲ ୱେବସାଇଟ୍‌ରେ ମଧ୍ୟ ଅପଲୋଡ କରିବେ।

Share