ଫେଷ୍ଟିଭ ସିଜିନରେ ଏହି ଜିନିଷଗୁଡିକର ହେବନି ଦରବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ପାର୍ବଣ ଆସିଛି। ତେବେ ପାର୍ବଣ ପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ ପାର୍ବଣକୁ ନେଇ ଅନେକ ରୋଷେଇ ଘର ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇପାରେ ବୋଲି କଳ୍ପନା କରାଯାଉଛି। ତେବେ ଉତ୍ସବ ସମୟରେ ମଇଦା, ଚାଉଳ, ଡାଲି, ତେଲ ଏବଂ ଚିନି ମୂଲ୍ୟରେ ନ ବଢାଇବାକୁ ସରକାର ଦିର୍ଦ୍ଦେଶ ଦେଇଛନ୍ତି। ସାମଗ୍ରୀ ଯୋଗାଣ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ସାମଗ୍ରୀର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଷ୍ଟକ ହୋଲ୍ଡିଂ ସୀମା ଧାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ବଜାରରେ ଗହମ, ଚାଉଳ, ଚଣା ଏବଂ ପିଆଜକୁ ଅଧିକ ଅଧିକ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପାର୍ବଣ ସମୟରେ ଚିନି ସମେତ ଖାଦ୍ୟ ସାମଗ୍ରୀର ମୂଲ୍ୟ ଶୀର୍ଷରେ ପହଞ୍ଚିଥାଏ। କିନ୍ତୁ ଏଥର ଦର ବୃଦ୍ଧି ହେବ ନାହିଁ। ଗହମ, ମଇଦା, ଚଣା, ଦୁଗ୍ଧ ସାମଗ୍ରୀ, ରନ୍ଧନ ତେଲ ଓ ଚିନିର ମୂଲ୍ୟ ନିୟନ୍ତ୍ରଣ ରହିବ ବୋଲି ଆଶା କରାଯାଉଛି।
ସରକାର ଅଧିକରୁ ଅଧିକ ଚିନି ବଜାରରେ ମହଜୁଦ ରଖିବା ପାଇଁ ନତର୍ଦ୍ଦେଶ ଦେଇଛନ୍ତି। ଦିପାବଳୀ ସମୟରେ ଚିନି ମୂଲ୍ୟରେ ବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ। ପର୍ବପର୍ବାଣିରେ ଘିଅ, କ୍ଷୀର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଅଧିକ ବ୍ୟବହାର ହେଉଛି, ବେ ଏଗୁଡିକର ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ନାହିଁ।

 

Share