ୱାଗନ୍‌ ବ୍ଲାଷ୍ଟିଂରେ ଲୋକେ ଥରହର

ଯାଜପୁର,୧୪।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି କଳାପଥର ଲୁଟ୍‌ ଜୋର ଧରିଛି। ଖଣି ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ଲୁଟ୍‌କୁ ରୋକିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଓଲଟା ତାହା ବଢ଼ିବାରେ ଲାଗିଛି। ଜରିମାନା ଭୟରେ ଲିଜ୍‌ଧାରୀମାନେ ସରକାରୀ ସ୍ବୀକୃତି ଅଞ୍ଚଳକୁ ବାଦ୍‌ ଦେଇ ପାଖ ଖାଦାନଗୁଡ଼ିକରୁ ଏକାଧିକ ମେଶିନ ଲଗାଇ ଦୈନିକ ବହୁ ଲକ୍ଷ ଟଙ୍କାର କଳାପଥର ଲୁଟ୍‌ କରୁଥିବା ଅଭିଯୋଗ ହେଉଛି। ସେଥିମଧ୍ୟରୁ ଢେଙ୍କାନାଳ ଜିଲା ସୀମାନ୍ତ ବାରମାଣ ଓ ବରଡ଼ା ମୌଜାର ପ୍ରାୟ ୧୦୦ ଏକର ଅନାବାଦି ଜଙ୍ଗଲ ଜମିରୁ ୱାଗନ ବ୍ଲାଷ୍ଟିଂ କରି କଳାପଥର ଉତ୍ତୋଳନ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଥିରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀ ୧୦ ଜଣଙ୍କୁ ନିୟୋଜିତ କରି ଦୈନିକ ପ୍ରାୟ ୨୦ ଲକ୍ଷ ଟଙ୍କାର କଳାପଥର ଉତ୍ତୋଳନ କରୁଛନ୍ତି। ବିନା ଟ୍ରାନଜିଟ୍‌ ପାସ୍‌ (ଟିପି)ରେ ଉତ୍ତୋଳିତ କଳାପଥର ଆଖପାଖ ଅଞ୍ଚଳରେ ଥିବା କ୍ରଶରଗୁଡ଼ିକରେ ଜମା ହୋଇଥିବା ତାହାର ପ୍ରମାଣ ବୋଲି ଅଞ୍ଚଳବାସୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଉଚ୍ଚ କ୍ଷମତା ସମ୍ପନ୍ନ ୱାଗନ ବ୍ଲାଷ୍ଟିଂ ଯୋଗୁ ଖାଦାନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି ବୋଲି ମତପ୍ରକାଶ ପାଇଛି।
ବେଆଇନ କଳାପଥର କାରବାର ଉପରେ ୨୦୨୨-୨୩ ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କଠାରୁ ୩୨୦ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ତେବେ କେତେକ ଜରିମାନା ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ତାହା ଆଦାୟ ହୋଇ ପାରିନାହିଁ। ତହସିଲ ପ୍ରଶାସନ ପକ୍ଷରୁ ଜରିମାନା ଦେଇ ପାରି ନଥିବା ବ୍ୟକ୍ତିମାନଙ୍କୁ ଆଉ କୌଣସି ଖାଦାନ ଲିଜ୍‌ ସୂତ୍ରରେ ଦିଆଯାଇ ନାହିଁ। ତେବେ ସେମାନେ ପୂର୍ବ ଅଭ୍ୟାସ ଛାଡ଼ି ପାରି ନ ଥିବାରୁ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ବେଆଇନ ଭାବେ କଳାପଥର ଲୁଟ୍‌ ଜାରି ରଖିଛନ୍ତି। ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବାମୀଙ୍କ ନେତୃତ୍ୱରେ ଧର୍ମଶାଳା ତହସିଲ ଅନ୍ତର୍ଗତ ବାରମାଣ ଓ ବରଡ଼ା ମୌଜାରେ ଆଲୋକ, କୈଳାସ, ମଧୁ, ବାଦଲ, ଶିବୁନା, ଭୀମ, କଳାକାର, ଋଷି, ତପନ, ରମାକାନ୍ତ ପ୍ରମୁଖଙ୍କୁ ନିୟୋଜିତ ହୋଇ ସରକାରଙ୍କ ଅନେକ କୋଟି ଟଙ୍କାର ରାଜସ୍ବ ହାନି କରୁଥିବା ଅଭିଯୋଗ ହେଉଛି। ଏଥିରେ ଜଙ୍ଗଲ ଓ ପରିବେଶ, ମାଇନିଂ ପ୍ଲାନ, ୱାଗନ ଡ୍ରିଲିଂ ପ୍ରଭୃତି ଅନୁମତି ନ ଥାଇ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ବେଆଇନ ଖନନ ଜାରି ରହିଛି। ୱାଗନ ବ୍ଲାଷ୍ଟିଂ ବନ୍ଦ ନ ହେଲେ ଏଠାରେ ଜୀବନଜୀବିକା ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଛି। ୱାଗନ ବ୍ଲାଷ୍ଟିଂ ଯୋଗୁ ବଡ଼ ବଡ଼ ପୋଖରୀ ସୃଷ୍ଟି ହୋଇଛି। ଏହାସହ ୧୫୦ରୁ ୨୫୦ ଫୁଟ ଗଭୀର ପର୍ଯ୍ୟନ୍ତ ଭୂତଳ ଜଳସ୍ତରରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶୁଥିବାରୁ ପାନୀୟ ଜଳ ବିଷାକ୍ତ ହେଉଛି। ଏହାକୁ ବ୍ୟବହାର କରି ଗ୍ରାମବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ଜନବସତିଠାରୁ ୫୦୦ ମିଟର ଦୂର ମଧ୍ୟରେ ୱାଗନ ଡ୍ରିଲିଂ ନ କରିବାକୁ ସରକାରୀ ଭାବେ କଟକଣା କରାଯାଇଛି। କିନ୍ତୁ ଏହାକୁ ଭ୍ରୂକ୍ଷେପ ନ କରି ପଥର ବ୍ୟବସାୟୀମାନେ ୱାଗନ ଡ୍ରିଲିଂ କରିଚାଲିଛନ୍ତି। ଫଳରେ ଅଞ୍ଚଳରେ ମୃଦୁ ଭୂମିକମ୍ପ ଭଳି ସ୍ଥିତି ସୃଷ୍ଟି ହେଉଛି। ବାରମାଣ ଓ ବରଡ଼ା ମୌଜା ଅଞ୍ଚଳରେ ପ୍ରାୟ ୧୦ଟି ପଥର ଖାଦାନରେ ନିୟମିତ ଭାବରେ ୱାଗନ ଡ୍ରିଲିଂ କରାଯାଇ ପଥର ଉତ୍ତୋଳନ କରାଯାଉଛି। ୨୦୦ରୁ ୩୦୦ ଫୁଟ ପର୍ଯ୍ୟନ୍ତ ଗାତ କରାଯାଇ ସେଥିରେ ଆମୋନିଆ, ପଟାସ, ଗନ ପାଉଡର ପ୍ରଭୃତି ରାସାୟନିକ ଦ୍ରବ୍ୟ ଭର୍ତ୍ତି କରି ମେଶିନ ସାହାଯ୍ୟରେ ୱାଗନ ଡ୍ରିଲିଂ ହେଉଛି ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ କଳାପଥର ନିୟନ୍ତ୍ରଣ କରିବାକୁ କ୍ଲଷ୍ଟରରେ ଏକ ସ୍କ୍ବାଡ୍‌ ଗଠନ କରାଯାଇଛି। ଭଦ୍ରକ କ୍ଲଷ୍ଟର ଅଧୀନରେ ଯାଜପୁର ଜିଲା ଯାଉଛି। ଏଥିରେ ଖଣି ବିଭାଗର ମାଇନିଂ ଅଫିସର ନେତୃତ୍ୱ ନେଉଛନ୍ତି। ତେଣୁ ଏହି ବେଆଇନ କଳାପଥର ଉତ୍ତୋଳନ ଅଭିଯୋଗ ଉପରେ ସେମାନଙ୍କ ସହଯୋଗ ନିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri