ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ ଖୋଜିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ସେମାନେ ଅନ୍ୟମାନଙ୍କ ଜମିକୁ ଯାଇ ଲୁଟ୍ କରୁଥିଲେ। ସେମାନଙ୍କୁ ସେଠାରୁ ଘଉଡ଼ାଇବା ପରେ ସେମାନେ ସେହି ଜମିକୁ ନିଜର କରି ନେଉଥିଲେ। ଦୀର୍ଘ ଦିନ ଧରି ଗ୍ରୀସର ଏକ ଦ୍ୱୀପରେ ସେମିତି ଘଟଣା ଘଟି ଆସୁଥିଲା। କିନ୍ତୁ ଦ୍ୱୀପର ଲୋକମାନେ ନିଜକୁ ଲୁଚାଇବା ପାଇଁ ଏପରି ଉପାୟ ପାଞ୍ଚିଲେ ଯେମିତି କି କେହି ସେମାନଙ୍କୁ ଖୋଜି ପାରିବେ ନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ ଏପରି ଜୀବନ ଅତିବାହିତ କରୁଥିଲେ।
ଗ୍ରୀସର ଇକାରିଆ ଦ୍ୱୀପ। ଯାହା ଏଜି ସାଗରରେ ଅବସ୍ଥିତ। ଏହି ଦ୍ୱୀପରେ ଥିବା ଘର ଉପରେ ଡକାୟତି ଆକ୍ରମଣର ଦିନକୁ ଦିନ ବଢୁଥିଲା। ପ୍ରଥମ ଶତାବ୍ଦୀରୁ ଡକାୟତମାନେ ଏଠାକୁ ଆସି ସ୍ଥାନୀୟ ଲୋକଙ୍କ ସାମଗ୍ରୀ ଚୋରି କରି ହଇରାଣ କରୁଥିଲେ। ରୋମାନ ଏବଂ ବାୟଞ୍ଜାଟାଇନ୍ ସାମ୍ରାଜ୍ୟର ମଧ୍ୟ ଆକ୍ରମଣ ଜାରି ରହିଲା। ଯେତେବେଳେ ଏହି ଦ୍ୱୀପଟି ଅଟୋମନ ସାମ୍ରାଜ୍ୟ ଅଧୀନକୁ ଆସିଲା, ଏଠାରେ ଥିବା ଦେଶବାସୀ ସ୍ଥିର କଲେ ଯେ, ସେମାନେ ଡକାୟତି ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିବେ।
ତେଣୁ ଡକାୟତମାନ ଦାଉରୁ ରକ୍ଷା ପାଇବା ପାଇଁ ପଥର ତଳେ ଘର ନିର୍ମାଣ କରିଥିଲେ। ସେମାନେ ଯୋଦ୍ଧା ନ ଥିଲେ, ତେଣୁ ଡକାୟତମାନଙ୍କ ସହିତ ଯୁଦ୍ଧ କରିବା ସେମାନଙ୍କର ସାମର୍ଥ୍ୟରେ ନ ଥିଲା, କିନ୍ତୁ ସେମାନେ ଏକ ନୂତନ ବିକଳ୍ପ ବାହାର କରିଥିଲେ। ଏଠାରେ ଥିବା ସ୍ଥାନୀୟ ଲୋକମାନେ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରି ପାହାଡ଼ିଆ ଅଞ୍ଚଳକୁ ଗଲେ। ଅର୍ଥାତ୍ ଜଙ୍ଗଲ ଭିତରେ ସେମାନଙ୍କର ଘର ତିଆରି କଲେ। ଫଳରେ ଡକାୟତମାନେ ଏ ବିଷୟରେ ଜାଣିପାରିଲେ ନାହିଁ।
ଇକାରିଆ ଦ୍ୱୀପରେ ନିର୍ମିତ ଘରଗୁଡ଼ିକୁ ଆଣ୍ଟି ଡକାୟତି ଘର କୁହାଯାଏ। ଏଗୁଡ଼ିକ ବଡ଼ ପଥରର ତଳେ ତିଆରି କରାଯାଇଥିଲା। ଘରଗୁଡ଼ିକ ଦୂରରୁ କିମ୍ବା ପର୍ବତର ଶିଖରରୁ ଦେଖିବା ପ୍ରାୟ ଅସମ୍ଭବ ଥିଲା, ତଥାପି, ସେମାନେ ଉପକୂଳରେ ନିର୍ମିତ ଘର ପରି ଆରାମଦାୟକ ନ ଥିଲେ, କିନ୍ତୁ ସ୍ଥାନୀୟ ଲୋକ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଘରଗୁଡ଼ିକୁ ବାଛିଥିଲେ। ଏଠାରେ ରହୁଥିବା ଲୋକମାନେ କେବଳ ରାତିରେ ପରସ୍ପରକୁ ଭେଟୁଥିଲେ ଏବଂ ରାତିରେ ନିଆଁ ଜଳାଉ ନ ଥିଲେ। କାରଣ କେହି ଯେମିତି ସେମାନଙ୍କୁ ଦୂରରୁ କେହି ଦେଖି ପାରିବେ ନାହିଁ ସେଥି ନିମନ୍ତେ ଏପରି କରୁଥିଲେ। ଏହା ବ୍ୟତୀତ ସେ କୁକୁରମାନଙ୍କୁ ମଧ୍ୟ ରଖି ନ ଥିଲେ। କାରଣ କୁକୁର ଭୁକିଲେ କେହି ଜାଣିଦେବେ ଏଠାରେ ଲୋକମାନେ ରହୁଛନ୍ତି ବୋଲି ତାହା ମଧ୍ୟ କରୁ ନ ଥିଲେ। ଲୋକମାନେ ପ୍ରାୟ ୩ ଦଶନ୍ଧି ଧରି ଏଠାରେ ରହୁଥିଲେ, ଯାହାକୁ ପାଇରେଟ ଏରା କୁହାଯାଏ।