ଲୁକ୍‌କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍‌ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ ହେଲେ ଅଭିନେତା ହେବାକୁ ଚାହୁଁ ନ ଥଲେ। ତାଙ୍କୁ ରୋଷେଇ କରିବା ପସନ୍ଦ ଥିବାରୁ ସେ କୁକ୍‌ ଭାବେ ଏହାକୁ ପ୍ରଫେସନ କରିବାକୁ ଚାହୁଁଥିଲେ। ପରିବାରଲୋକେ କିନ୍ତୁ ଏହାକୁ ସମର୍ଥନ କରୁ ନ ଥିଲେ।

ନିର୍ଦ୍ଦେଶକଙ୍କ ପରିବାରରେ ଜନ୍ମ ହୋଇଥିବାରୁ ଧନୁଷ ଅଭିନୟଜଗତରେ ପାଦ ରଖିଥିଲେ। ୨୦୦୨ରେ ସେ ବାପାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଥୁଲ୍ଲୁବାଧୋ ଇଲମଇ’ରେ ଅଭିନେତା ଭାବେ ଯାତ୍ରା ଆରମ୍ଭ କରିଥିଲେ।

ଧନୁଷଙ୍କ ପ୍ରକୃତ ନାମ ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା। ସେ ଫିଲ୍ମପାଇଁ ନିଜ ନା ବଦଳାଇଥିଲେ। ଅଭିନୟ ବ୍ୟତିତ ଗାୟକ ଭାବେ ମଧ୍ୟ ସେ ନାମ କମାଇଛନ୍ତି। ୨୦୧୧ରେ ରିଲିଜ ହୋଇଥିବା ‘କୋଲାବରୀ ଡି’ ଗୀତ ତାର ପ୍ରମାଣ।
ଏକଦା ପଚରାଯିବାରେ ଲୋକେ ତାଙ୍କ ମଜା ଉଡାଉଥିବା ଧନୁଷ କହିଥିଲେ। ଅଭିନେତା ବିଜୟ ସେତୁପତିଙ୍କ ସହ ବାର୍ତ୍ତାଳାପରେ କହିଥିଲେ ୨୦୦୩ରେ ଫିଲ୍ମ ‘କାଦଲ କୋଣ୍ଡନ’ର ଶୁଟିଂ ସେଟ୍‌ରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ତାଙ୍କୁ ଲୋକେ ସେ ସମୟରେ ଅଟୋ ଡ୍ରାଇଭର କହୁଥିଲେ। ମଜା ଉଡାଉଥିଲେ। ହେଲେ ଧନୁଷ କେବେହେଲେ ହାର ମାନି ନ ଥିଲେ। ନିଜର ଦମଦାର ଅଭିନୟରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ।

Share