ଅନେକେ ପାଠପଢ଼ି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥାନ୍ତି। ଏଥିଲାଗି ସେମାନେ ଦିନରାତି ଏକ କରି ପରିଶ୍ରମ କରିଥାନ୍ତି। ଦିନ ଆସେ ସେମାନଙ୍କ ପରିଶ୍ରମ ସଫଳ ହୁଏ। ସେମାନେ ପରିବାରର ନାଁ ଉଚ୍ଚା କରିଥାନ୍ତି। କିନ୍ତୁ ଜାପାନର ଜଣେ ବ୍ୟକ୍ତି ପିଲାଟି ଦିନରୁ କୁକୁର ହେବାକୁ ଚାହୁଁଥିଲେ। ଚକିତ ଲାଗୁଥିଲେ ହେଁ କଥାଟି ସତ। ଏବେ ତାଙ୍କ ସ୍ବପ୍ନ ପୂରଣ ହୋଇଥିବା ବେଳେ ସେ ଚର୍ଚ୍ଚାରେ ଅଛନ୍ତି।
ଜାପାନର ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଟୋକୋ। ସେ ବଡ଼ ହୋଇ କୁକୁର ହେବାକୁ ଚାହୁଁଥିଲେ। ଏବେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ସେ ନିଜର ସଉକ ପୂରଣ କରିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଭାବେ କୁକୁର ପାଲଟିଛନ୍ତି। ଯିଏ ବି ତାଙ୍କୁ ଦେଖୁଛି ସେ ଜଣେ ମଣିଷ ବୋଲି ଚିନ୍ତା କରିପାରିବ ନାହିଁ।
କହିରଖୁଛୁ, ୧୩ ଲକ୍ଷ ଖର୍ଚ୍ଚ କରି ଟୋକୋ କୁକୁର ଭଳି ପୋଷାକ ତିଆରି କରିଛନ୍ତି। ସର୍ବଦା ସେ ତାକୁ ପିନ୍ଧି ରହୁଛନ୍ତି। ଏବେ ସତ ସତିକା କୁକୁର ମଧ୍ୟ ତାଙ୍କୁ ଦେଖି ଦୌଡ଼ି ପଳାଉଛନ୍ତି।
ସୋସିଆଲ ମିଡିଆରେ ଟୋକୋଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟିକୁ ‘ଟୋକୋ ଦ ଡଗ୍’ ନାମକ ଏକ୍ସ ଆକାଉଣ୍ଟରୁ ଶେୟାର କରାଯାଇଛି।
ଆପଣ ବି ଦେଖନ୍ତୁ ଭିଡିଓ:
Dog’s reaction to seeing a realistic dog costume.
本物そっくりな犬の着ぐるみを見た、犬の反応 pic.twitter.com/oYKScYXkHe— トコ(Toco) (@toco_eevee) December 10, 2023