ଶାହାରୁଖଙ୍କ ଲୁକ ଦେଖି ଫିଦା ହେଲେ ପ୍ରଶଂସକ

ମୁମ୍ବାଇ: ଦେଶର ପରିଚିତ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ଓ ନିତା ଅମ୍ବାନି ଶୁକ୍ରବାର ମୁକେଶ ଅମ୍ବାନି କଲଚରାଲ ସେଣ୍ଟରର ଓପନିଂ ସେରିମନି ରଖିଥିଲେ। ଏଥିରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ତେବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ। ଉଭୟ ଏକାଠି ଫଟୋ ପୋଜ ଦେଉଥିବା ନଜର ଆସିଥିଲେ। ଏହାପରେ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ର ଥିଲେ ବଲିଉଡ ବାଦଶାହା ଶାହାରୁଖ ଖାଁ।
ଏହି ପାର୍ଟିରେ ସେ ପତ୍ନୀ ଗୌରି ଖାଁ ଓ ଝିଅ ସୁହାନାଙ୍କ ସହ ଫଟୋ ପୋଜ ଦେଇଥିଲେ। ପ୍ରଥମେ ସମସ୍ତେ ଭାବିଥିଲେ ଫଟୋରେ ଯିଏ ନଜର ଆସିଛନ୍ତି ସେ ହେଉଛନ୍ତି ଆର୍ଯ୍ୟନ ଖାଁ। ହେଲେ ସେ ଥିଲେ ପଠାନ। ଶାହାରୁଖଙ୍କ ଏମିତି ଲୁକ ସମସ୍ତଙ୍କୁ ଚମକାଇ ଦେଇଥିଲା। ଏମାନେ ସମସ୍ତେ ସଲମାନଙ୍କ ସହ ମିଶି ବି ଫଟୋ ପୋଜ ଦେଇଥିଲେ।

Share